ଭୁଲ୍‌ରେ ମଣିଷ ହୃଦ୍‌ପିଣ୍ଡ ରହି ଯାଇଥିବାରୁ ୯୫୦ କି. ମି. ଦୂରରୁ ପୁଣି ଉଡ଼ାଣ ସ୍ଥାନକୁ ଫେରିଲା ଯାତ୍ରୀବାହୀ ବିମାନ

Spread the love

ଚିକାଗୋ,  ୧୪/୧୨(ସନ୍ଧାନ ନିୟୁଜ)  : ବିମାନରେ ମଣିଷ ହୃଦ୍‌ପିଣ୍ଡ ଛାଡ଼ି ରହିଯାଇଥିବା ଜାଣାପଡ଼ିବା ପରେ ସିଟଲ୍‌ରୁ ଡାଲାସ୍‌ ଅଭିମୁଖେ ଯାତ୍ର କରୁଥିବା ସାଉଥ୍‌େଓ୍ଵଷ୍ଟ୍‍ ଏୟାର୍‌ଲାଇନ୍‌ସ୍‌ର ଏକ ବିମାନ ଅଧବାଟରୁ ଫେରିଯାଇଥିଲା ବୋଲି ଗୁରୁବାର ଦିନ ଅଧିକାରୀମାନେ କହିଛନ୍ତି।

କାଲିଫର୍ଣ୍ଣିଆରୁ ଆସିଥିବା ଉକ୍ତ ‘ଲାଇଫ୍‌ କ୍ରିଟିକାଲ୍‌ କାର୍ଗୋ ସିପ୍‌ମେଣ୍ଟ୍‌’କୁ ସିଟଲ୍‌ ହସ୍‌ପିଟାଲ୍‌ରେ ଡେଲିଭରି କରାଯିବାର ଥିଲା। ତାହା ଦିଆ ଯାଇ ନାହିଁ ବୋଲି କର୍ମଚାରୀମାନେ ବେଳକୁ ବିମାନଟି ପୂର୍ବ ଇଦାହୋ ଉପରେ ଉଡୁଥିଲା। ଅର୍ଥାତ୍‌ ଉଡ଼ାଣ ଆରମ୍ଭ ସ୍ଥଳରୁ ୯୫୦ କିଲୋମିଟର ଦୂରରେ ପହଞ୍ଚି ସାରିଥିଲା।

ଏୟାର୍‌ଲାଇନ୍‌ର ମୁଖପାତ୍ର ଡାନ୍‌ ଲାଣ୍ଡ୍‌ସନ୍‌ କହନ୍ତି: ଆମେ ଭୁଲ୍‌ ହୋଇଥିବା କଥା ଜାଣିବା ପରେ ତୁରନ୍ତ ସିଟଲ୍‌ ଫେରିଯିବାକୁ ବାହାରିଲୁ।
କେଉଁ କମ୍ପାନି ଅଙ୍ଗଟି ପଠାଇ ଥିଲା ତାହାର ନାମ କି, ସେ ଘଟନା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ଏୟାର୍‌ଲାଇନ୍‌ ଦେଇ ନାହିଁ।

କିନ୍ତୁ ସିଟଲ୍‌ ଟାଇମ୍‌ସ୍‌ ଖବରକାଗଜ ରିପୋର୍ଟ ଅନୁସାରେ, ବିମାନର କ୍ୟାପଟେନ୍‌ ଆତଙ୍କିତ ଯାତ୍ରୀମାନଙ୍କୁ କହିଥିଲେ କି, ଭୁଲ୍‌କ୍ରମେ ବିମାନରେ ରହିଯାଇଥିବା ଜିନିଷଟି ହେଉଛି ମଣିଷର ହୃଦ୍‌ପିଣ୍ଡ।

ଭୁଲ୍‌ ଯୋଗୁଁ ହୃଦ୍‌ପିଣ୍ଡଟି ଠିକଣା ସ୍ଥାନରେ ପହଞ୍ଚିବାରେ ଆକଶପଥ ହିସାବରେ ୩ ଘଣ୍ଟା ବିଳମ୍ବ ହୋଇଗଲା। ବିଶେଷଜ୍ଞମାନେ କହନ୍ତି: ପ୍ରତିରୋପଣ ନିମନ୍ତେ ମାନବ ହୃତ୍‌ପିଣ୍ଡଟିକୁ୧ ରୁ ୬ ଘଣ୍ଟା ସଂରକ୍ଷଣ କରିହୁଏ।

ଏହା ଚରମ ଅବହେଲାଜନିତ ତ୍ରୁଟି ବୋଲି କୁହାଯାଉଛି।

Related Posts

About The Author

Add Comment