ଭୁବନ ବ୍ଲକ୍ ଅଧ୍ୟକ୍ଷାଙ୍କ ନାମରେ ଅନାସ୍ଥା ଆଗତ : ୭୭ ବର୍ଷର ବ୍ଲକରେ ପ୍ରଥମ ଅନାସ୍ଥା
ଏହା ଆତ୍ମରକ୍ଷା ପାଇଁ ଉଦ୍ଧିଷ୍ଟ ,
ବିଜେଡି ସପକ୍ଷରେ ଜନ ପ୍ରତିନିଧି
ପୂର୍ବରୁ ୮ ଜଣ ପୁରୁଷ ଓ ୨ ମହିଳା ଶାସନ କରିଥିଲେ।
ଭୁବନ ତା ୪/୧୧ (ସନ୍ଧାନ ନିୟୁଜ ) ଦେଙ୍କନାଳ ଜିଲ୍ଲା ଭୁବନ ବ୍ଲକ୍ ଅଧ୍ୟକ୍ଷାଙ୍କ ନାମରେ ଅନାସ୍ଥା ଆଗତ ହେଇଛି । କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୧୫ ଜଣ ଉପସ୍ଥିତ ଥିଲେ । ପୂର୍ବରୁ ପ୍ରବୋଧ କୁମାର ଦାସ ଦିଘୀ ସରପଂଚଙ୍କ କାର୍ଯ୍ୟାଳୟରେ ନଭେମ୍ବର ୧ତାରିଖରେ ଶ୍ରୀନିବାସ ବେହେରା, କଲ୍ୟାଣୀ ସାହୁ, ଉଦୟନାଥ ଲେଙ୍କା, ଗତିକୃଷ୍ଣ ମିଶ୍ର,ମମତା ମହାନ୍ତି, ଲିପ୍ସା ରାଉତ, ଶୁଭସ୍ନିଗ୍ଧା ବାରିକ୍,ବୀଣାପାଣି ସାହୁ,ଟୁନି ମଲ୍ଲିକ, ବିଜୟଲକ୍ଷ୍ମୀ ମାଝୀ, ପ୍ରଶାନ୍ତ ସେଠୀ, ଉଗ୍ରସେନ ବେହେରା, ଟିପ ମାଝୀ, ସନ୍ଧ୍ୟରାଣୀ ନାୟକ ଉପସ୍ଥିତ ହୋଇ ଜରୁରୀ ବୈଠକ କରିଥିଲେ ।
ଆଜି ବି ଉପଜିଲ୍ଲପାଳ ନାରାୟଣ ନାୟକଅନୁପସ୍ଥିତ ରେ ସହକାରୀ ଜିଲ୍ଲାପାଳ ଜ୍ୟୋତିରୂପା ଶତପଥୀ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କହିଥିଲେ । କାର୍ଯ୍ୟାଳୟରେ ଅନାସ୍ଥା ଆଗତ ସମୟରେ ସେହି ୧୫ ଉପସ୍ଥିତ ଥିଲେ । ଅଭିଯୋଗ ରେ ଦର୍ଶାଯାଇଛି ଯେ ବହୁଦୁର୍ନୀତିରେ ଲିପ୍ତ, ଆବାସ ଯୋଜନାରେ ମନମୁଖୀ କାର୍ଯ୍ୟ, ଲୋକ ପ୍ରତିନିଧି ଙ୍କୁ ବ୍ୟବହାର ଖରାପ କରୁଛନ୍ତି, ବାରମ୍ବାର କ୍ୱାଟର ରଙ୍ଗ କରି ମିଥ୍ୟା ବିଲ କରୁଛନ୍ତି, ସଠିକ୍ ସମୟରେ ବୈଠକ ଡାକୁନଥିବା ଭଳି ସଙ୍ଗୀନ ଅଭିଯୋଗ କରାଯାଇଛି ।