ଭାରତୀୟ ସଂସ୍କୃତିର ବାର୍ତ୍ତାବହ ବାଲ୍ମିକି ରାମାୟଣ

Spread the love
ଭୁବନେଶ୍ୱର, 20/06 (ସନ୍ଧାନ ନିଉଜ) ଭାରତୀୟ ସଂସ୍କୃତିର ବାର୍ତ୍ତାବହ ବାଲ୍ମିକି ରାମାୟଣ ଆଜି ଏଭଳି ମତ ପ୍ରକାଶ ପାଇଛି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଜିଲ୍ଲା ଶାଖାଦ୍ୱାରା ଆହୂତ ଷଷ୍ଠ ଇ-ପାଠଚକ୍ର ରେ । ପ୍ରଗତିର ସ୍ୱର ଶୀର୍ଷକ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରବିବାର ସଂଧ୍ୟା  ୭.୦୦-୮.୪୦ ମଧ୍ୟରେ ଗୁଗଲ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟବକ୍ତା ଋପେ ଶିକ୍ଷାବିତ୍ ତଥା ସମାଜସେବୀ ପଣ୍ତିତ ଗଙ୍ଗାଧର ନନ୍ଦ ଯୋଗଦେଇ ଯୋଗଦେଇ ଗାୟତ୍ରୀ ମନ୍ତ୍ରର ୨୪ ମନ୍ତ୍ରର ଅନୁସରଣରେ ୨୪ ହଜାର ଶ୍ଲୋକର ସମାବେଶ ବାଲ୍ମିକି ରାମାୟଣ, ଅହଲ୍ୟାଙ୍କ ପାଷାଣୀ ବ୍ୟାଖ୍ୟାନ ବନାମ ନିର୍ବାସନର ସତ୍ୟତା,ଜନ୍ମଭୂମି ପ୍ରେମ,  ଆର୍ଯ୍ୟ ଅନାର୍ଯ୍ୟର ମିଥ୍ୟା ପରିକଳ୍ପନା, ମାକ୍ସ ମୁଲାରଙ୍କ ବେଦକୁ କଦର୍ଥ ଅନୁବାଦ-ଆଦି ଗୁଢ ତତ୍ତ୍ୱମାନ ବିଭିନ୍ନ ଶ୍ଳୋକ ଏବଂ ବ୍ୟାଖ୍ୟାନ ମାଧ୍ୟମରେ ଆଲୋଚନା କରିଥିଲେ । ଓଡିଶାର ବିଭନ୍ନ ପ୍ରାନ୍ତରୁ ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।”ବାଲ୍ମିକି ରାମାୟଣର କିଛି ଅକୁହା କଥା” ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସଂଗଠନର ଆଜୀବନ ସଦସ୍ୟ ଶ୍ରୀ ଅରୁଣ କୁମାର ତ୍ରିପାଠୀ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ସୁଶ୍ରୀ ଲିପ୍ସିତା ବିଶ୍ୱାଳ ପରିବେଷଣ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା ତଥା ସଭା ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦର ସଦସ୍ୟ ଶ୍ରୀ ମନୋରଂଜନ ପଣ୍ତା ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ମେଡିଆ ସେଲ୍ ସଂଯୋଜକ ଅଧ୍ୟାପକ ସରୋଜ ପ୍ରହରାଜ ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment