ସୁନ୍ଦରଗଡ ତା:୧୮/୭/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଭାସ୍ମା ବସଷ୍ଟାଣ୍ଡ ରୁ ଦର୍ଲିପାଳି ଏନଟିପିସି କୁ ଯିବାପାଇଁ ମୁଖ୍ୟ ରାସ୍ତା ରହିଛି । ଏହି ରାସ୍ତାରେ ରେମେଣ୍ଡା ରୁ ମଙ୍ଗସପୁର୍ ଯିବା ସମୟରେ ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । ସାମାନ୍ୟ ବର୍ଷାରେ ରାସ୍ତା ମରଣ ଯନ୍ତା ର ରୂପ ନେଇଥାଏ । ବର୍ଷା ସମୟରେ ସ୍ବାସ୍ଥ୍ୟ ସେବା ବିଶେଷ ଭାବରେ ପ୍ରଭାବିତ ହେବା ସହିତ ଦୁଇ ଚକିଆ ଯାନ ଯିବା କାଠିକର ହୋଇପଡ଼େ ।ଅନେକ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ବିଷୟକୁ ଅଞ୍ଚଳ ସମାଜସେବୀ ଶୁଭମ୍ ମହାପାତ୍ର ସହିତ ଅଞ୍ଚଳବାସୀ ଅନେକ ଥର ଜିଲ୍ଲା ପ୍ରଶାସନ କୁ ଲିଖିତ ଅଭିଯୋଗ ଦେଇଥିଲେମଧ୍ୟ ତାର ଉଚିତ୍ ସମାଧାନ ହୋଇପାରି ନାହିଁ । ଆଗାମୀ ଦିନରେ ଏହାର ଅତିଶୀଘ୍ର ସମାଧାନ ନ ହେଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବାକୁ ଅଞ୍ଚଳବାସୀ ଚେତାବନୀ ଦେଇଥିବା ଜଣାପଡିଛି ।
ଭସ୍ମା ରୁ ଦର୍ଲିପାଲି କୁ ସଂଯୋଗ କରୁଥିବା ରାସ୍ତା ରମେଣ୍ଡା ଗ୍ରାମ ଅଞ୍ଚଳରେ ମରଣଜନ୍ତା ପାଲଟିଛି
|
July 18, 2026 |



