ସୁନ୍ଦରଗଡ ତା:୨୧/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାରେ ବାଇକ୍ ଚୋରି ,ବାଇକରେ ସୁନା ଚୋରି, ମଦ ପିଇ ଗାଡ଼ି ଚଳାଇବା ସହିତ ଗାଡ଼ିର କାଗଜ ପତ୍ର ଠିକ୍ ହିସାବରେ ନ ଥାଇ ବିଶୃଙ୍ଖଳା ବଢିବାରେ ଲାଗିଛି । ଏହାକୁ କେନ୍ଦ୍ରକରି ଭାଷ୍ମା ପୋଲିସ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ପ୍ରତିଦିନ ରୀତିମତ ଭାବରେ ଗାଡ଼ି ଚେକିଙ୍ଗ ସାଙ୍ଗକୁ ଡ୍ରଙ୍କ ଏଣ୍ଡ ଡ୍ରାଇଭ୍ ଚେକିଂ କୁ ସକ୍ରିୟ କରାଯାଇଛି ।ଏହି କାରଣରୁ ଅଞ୍ଚଳରେ କିଛି ମାତ୍ରାରେ ଦୁର୍ଘଟଣା କମିବା ସହିତ ଲୋକେ ସଚେତନ ହେବାରେ ଲାଗିଛନ୍ତି । ଲୋକଙ୍କୁ ବିଭିନ୍ନ ମାଧ୍ୟମ ନେଇ ସଚେତନ କରିବା ଯୋଗୁ ବିଭିନ୍ନ ମହଲରେ ପ୍ରଶଂସା କରୁଥିବା ଜଣାପଡିଛି ।ଏହି କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ଭସ୍ମା ପୋଲିସ ଆକ୍ସନ ମୋଡରେ
|
May 21, 2025 |
