ଭଦ୍ରକରୁ ସେକ୍ସ ର‌୍ୟାକେଟ ଠାବ ; ୪ମହିଳାଙ୍କ ସମେତ ୬ ଅଟକ

Spread the love
  •  
  •  
  •  
  •  
  •  
ଭଦ୍ରକ, ୨୧/୦୨/୨୧ (ସନ୍ଧାନ ନିଉଜ) ଭଦ୍ରକ ସହରରୁ ସେକ୍ସ ର‌୍ୟାକେଟ୍ ଠାବ । ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ ପୋଲିସ ଦ୍ୱାରା ଠାବ କରାଯାଇଛି । ପୋଲିସ ଏହି ଘଟଣାରେ ଚାରି ଜଣ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଦୁଇ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ପୋଲିସର ଦୀର୍ଘ ସମୟ ତନାଘନା ପରେ ସେକ୍ସ ରାକେଟରେ ସମ୍ପୃକ୍ତ ମହିଳା ଓ ପୁରୁଷଙ୍କୁ ଥାନାକୁ ଆଣିଥିଲା ପୋଲିସ । ସୂଚନା ଅନୁସାରେ, ସହରର ଡଗମୁଣ୍ଡ ସ୍ଥିତ ଏକ ଭଡା ଘରେ ସେକ୍ସ ର‌୍ୟାକେଟ ଚାଲିଥିବାର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ଉକ୍ତ ଘରେ ଚଢାଉ କରିବା ସହ ଛଅ ଜଣଙ୍କୁ ଥାନାରେ ଅଟକ ରଖିଛି । ଟାଉନ ଥାନା ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment