ଭଣ୍ଡାରିପୋଖରୀ ବ୍ଲକ ର ମଣ୍ଡଳ ସ୍ତରୀୟ କର୍ମଶାଳା ରେ ଯୋଗ ଦେଲେ ସାଂସଦ ଅଭିମନ୍ୟୁ ସେଠୀ।

Spread the love

ଭଦ୍ରକ : ୩/୧୧/୨୬ (ସନ୍ଧାନ ନ୍ୟୁଜ)  ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ବ୍ଲକ ରେ ଏକ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କର୍ମଶାଳା କୁ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ଉଦଘାଟନ କରିଥିଲେ। ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ଙ୍କ ପୌରହିତ ରେ ଅନୁଷ୍ଠିତ ସଭା ରେ ଭଣ୍ଡାରିପୋଖରୀ ର ନେତା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ନାୟକ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ଥିଲେ। ତୃଣ ମୂଳ ସ୍ତର ରୁ ଭାରତୀୟ ଜନତା ପାର୍ଟି କୁ ଦୃଢ଼ କରିବାକୁ ସାଂସଦ ଅଭିମନ୍ୟୁ ସେଠୀ ଆହ୍ବାନ ଦେଇ ଥିଲେ। ମଣ୍ଡଳ ର ସମସ୍ୟା ଓ କର୍ମୀ ମାନଙ୍କ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ସୁଧାଂଶୁ ଶେଖର ନାୟକ ସାଂସଦ ଙ୍କୁ ଅନୁରୋଧ କରିଥଲେ। ଏହି କାର୍ମଶାଳା ରେ ଦୁଇ ଶହ ରୁ ଅଧିକ କର୍ମୀ ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ସମସ୍ତ କର୍ମୀ ଓ ସାଂସଦ ଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment