ସୁନ୍ଦରଗଡ଼ ତା:୧୩/୬/୨୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜି ଠାରୁ ଭକ୍ତଙ୍କକ ପାଇଁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ୱାର । ପ୍ରତିଶୃତି ଅନୁଯାୟୀ ବିଜେପି ସରକାର କରିବା ପରେ ଗତକାଲି ପ୍ରଥମ କ୍ୟାବିନେଟ ବୈଠକରେ ହିଁ ଶ୍ରୀମନ୍ଦିର ଖୋଲିବା ଉପରେ ମୋହର ମାରିଥିଲା । ଆଜି ମଙ୍ଗଳ ଆଳତି ପରେ ସରକାରଙ୍କ ସବୁ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାରି ଦ୍ୱାର ଖୋଲାଯାଇଛି । ଅନେକ ବର୍ଷ ହେବ ଚାରି ଦ୍ୱାର ବନ୍ଦ ହୋଇ ରହିଥିଲା । ଯାହାକୁ ନେଇ ଅନେକ ସମୟରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଉ ଚାରିଦ୍ୱାର ଖୋଲିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା । ଯାହାକୁ ବିଜେପି ସରକାର ଗଠନ ପରେ ପ୍ରଥମ କାର୍ଯ୍ୟ ହିସାବରେ ଗ୍ରହଣ କରି ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଯାଇଥିଲା । ଆଉ ବିଜେପି ସରକାରକୁ ଆସିବା ପରେ ପ୍ରଥମ ନିଷ୍ପତ୍ତି ନେଇ ଚାରି ଦ୍ୱାର ଖୋଲିଛି ।ସୂଚନା ଅନୁସାରେ ବିଗତ ସରକାର ଗତ କୋଭିଡ ସମୟରୁ ଶ୍ରୀମନ୍ଦିର ଚାରି ଦ୍ୱାର ବନ୍ଦ କରିଥିଲେ । ଏବେ ଭକ୍ତ ମାନେ ଭଗବାନଙ୍କ ଦର୍ଶନପାଇଁ ଚାରି ଦୁଆର ଖୋଲିବା ଦ୍ୱାରା ଅତ୍ୟନ୍ତ ଆନନ୍ଦିତ ଥିବା ଜଣାପଡିଛି।
ଭକ୍ତ ମାନେ ଭଗବାନଙ୍କ ଦର୍ଶନପାଇଁ ଚାରି ଦୁଆର ଖୋଲିବା ଦ୍ୱାରା ଅତ୍ୟନ୍ତ ଆନନ୍ଦିତ
|
June 14, 2024 |
