ବରୀ,୨୧/୧୦(ସନ୍ଧାନ ନିୟୁଜ)ଯାଜପୁର ଜିଲ୍ଲା ବରୀ ବ୍ଲକ ଧାରପୁର ପଂଚାୟତର ୧୧ ନଂ ରହୁଥିବା ଅମୂଲ୍ୟ ମଲ୍ଲିକ ସରକାରୀ ଯୋଜନାରୁ ଗୃହ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଦିନ ମଜୁରିଆ ହୋଇଥିବାରୁ ପରିବାର ଜଳାଇବା ତାଙ୍କ ପକ୍ଷେ କଷ୍ଟକର ହେଉଥିବା ବେଳେ ଘର କରିବା ସ୍ୱପ୍ନ ପାଲଟିଛି । ପକ୍କାଘରଟିଏ କରି ନ ପାରିବାରୁ ସ୍ତ୍ରୀ ଦୁଇ ଝିଅ ଓ ପୁଅଙ୍କୁ ଝାଟିମାଟି ଘରେ ରହୁଥିବା ଅମୂଲ୍ୟ କହିଛନ୍ତି । ସେ ସରକାରଙ୍କ ମୋକୁଡିଆ,ପ୍ରଧାନମନ୍ତ୍ରୀ ଗ୍ରାମିଣ ଆବାସ,ବିଜୁ ପକ୍କାଘର ଯୋଜନାରେ ଅଦ୍ୟାବଧି ସାମିଲ ହୋଇ ପାରି ନାହାନ୍ତି । ଏପରିକି ଫନି ବାତ୍ୟାରେ କୁଡିଆ ଘର ଭାଙ୍ଗି ଯାଇଥିଲେ ମଧ୍ୟ ସହାୟତା ପାଇ ପାରିନାହାନ୍ତି । ଘରଭାଙ୍ଗିବା ବାବଦରେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ବି ଖଣ୍ଡେ ପଲିଥିନ ମଧ୍ୟ ଯୋଗାଇ ଦିଆଯାଇ ନ ଥିବା ସେ କହିଛନ୍ତି । ନିଜର ବାସ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭ କରି ବରି ବିଡିଓଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ହେଲେ ବର୍ତମାନ ପର୍ଯ୍ୟନ୍ତ କୋ÷ଣସି ସୁଫଳ ପାଇପାରିନାହାନ୍ତି । ସରକାରୀ ଯୋଜନା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ମାସକୁ ୨୫ କିଗ୍ରା ଚାଉଳ ପାଉଥିବା କହିଛନ୍ତି । ଏ ସମ୍ପର୍କରେ ବରୀ ବିଡିଓ ଶୁଭଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ,ଅଭିଯୋଗ ମୁତାବକ ଯଦି ଉକ୍ତ ବ୍ୟକ୍ତିଙ୍କର ବାସଗୃହ ନ ଥାଏ ତାହେଲେ ସରକାରୀ ନିୟମ ଅନୁଯାୟୀ ଖୁବଶିଘ୍ର ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ତାଜା ଖବର
- ସାରା ରାଜ୍ୟରେ ସଡ଼କ ସପ୍ତାହ ପାଳନରେ କୋଇଲା ଓ ଆସ ବୋଝେଇ ଟ୍ରକ ଓ ଟ୍ରଲର ପାଇଁ ଯାଇଛି ଜୀବନ
- ଏଣ୍ଡଳବା ପଞ୍ଚାୟତ ରେ ଖୋଲିଲା ଧାନମଣ୍ଡୀ।
- ଆଜିଠୁ ସମ୍ବଲପୁରୀ ଧନୁଯାତ୍ରା, ୧୯ରେ କଂସ ଵଧ
- ୫୩ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣାରେ ମହିଳା ମୃତ,ଜଣେ ଆହତ ।
- କୁଲୁଣ୍ଡି ଟାଇଟନିକ କପ୍ କ୍ରିକେଟ ଫାଇନାଲରେ ଦେଦରନୂଆପାଲି ଉପବିଜେତା ପରମାଣପୁର ବିଜେତା
- ସମ୍ବଲପୁର ବେତ୍ରାପଡ଼ାରେ ଲୋକ ସେବକ ମଣ୍ଡଳ ଓ ସମାଜ ରଲିଫ କମିଟି ପକ୍ଷରୁ ୧୦୦ଟି ଗରିବ ଅସହାୟ ପରିବାରକୁ କମ୍ବଳ ବଣ୍ଟନ
- ସବଡେଗାରେ ଚାଲିଛି ମଦର ବନ୍ୟା,ସାପ୍ତାହିକ ହାଟ ସାଜିଛି ପୃଷ୍ଠ ଭୂମି
- ଭୂତଳ ସମ୍ପଦ ଅନ୍ୱେଷଣ ପାଇଁ ଜିଲ୍ଲାରେ ହେଲିକପ୍ଟର ସର୍ଭେ
- ରାଜଗାଙ୍ଗପୁର ବ୍ଲକରେ ଲକ୍ଷେ ଘର ସମାଜ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ରେ ନୂତନ କମିଟି ଗଠନ
- ରାଷ୍ଟ୍ରୀୟ ଯୁବ ଦିବସ ପାଳିତ