ବରୀ,୨୧/୧୦(ସନ୍ଧାନ ନିୟୁଜ)ଯାଜପୁର ଜିଲ୍ଲା ବରୀ ବ୍ଲକ ଧାରପୁର ପଂଚାୟତର ୧୧ ନଂ ରହୁଥିବା ଅମୂଲ୍ୟ ମଲ୍ଲିକ ସରକାରୀ ଯୋଜନାରୁ ଗୃହ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଦିନ ମଜୁରିଆ ହୋଇଥିବାରୁ ପରିବାର ଜଳାଇବା ତାଙ୍କ ପକ୍ଷେ କଷ୍ଟକର ହେଉଥିବା ବେଳେ ଘର କରିବା ସ୍ୱପ୍ନ ପାଲଟିଛି । ପକ୍କାଘରଟିଏ କରି ନ ପାରିବାରୁ ସ୍ତ୍ରୀ ଦୁଇ ଝିଅ ଓ ପୁଅଙ୍କୁ ଝାଟିମାଟି ଘରେ ରହୁଥିବା ଅମୂଲ୍ୟ କହିଛନ୍ତି । ସେ ସରକାରଙ୍କ ମୋକୁଡିଆ,ପ୍ରଧାନମନ୍ତ୍ରୀ ଗ୍ରାମିଣ ଆବାସ,ବିଜୁ ପକ୍କାଘର ଯୋଜନାରେ ଅଦ୍ୟାବଧି ସାମିଲ ହୋଇ ପାରି ନାହାନ୍ତି । ଏପରିକି ଫନି ବାତ୍ୟାରେ କୁଡିଆ ଘର ଭାଙ୍ଗି ଯାଇଥିଲେ ମଧ୍ୟ ସହାୟତା ପାଇ ପାରିନାହାନ୍ତି । ଘରଭାଙ୍ଗିବା ବାବଦରେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ବି ଖଣ୍ଡେ ପଲିଥିନ ମଧ୍ୟ ଯୋଗାଇ ଦିଆଯାଇ ନ ଥିବା ସେ କହିଛନ୍ତି । ନିଜର ବାସ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭ କରି ବରି ବିଡିଓଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ହେଲେ ବର୍ତମାନ ପର୍ଯ୍ୟନ୍ତ କୋ÷ଣସି ସୁଫଳ ପାଇପାରିନାହାନ୍ତି । ସରକାରୀ ଯୋଜନା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ମାସକୁ ୨୫ କିଗ୍ରା ଚାଉଳ ପାଉଥିବା କହିଛନ୍ତି । ଏ ସମ୍ପର୍କରେ ବରୀ ବିଡିଓ ଶୁଭଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ,ଅଭିଯୋଗ ମୁତାବକ ଯଦି ଉକ୍ତ ବ୍ୟକ୍ତିଙ୍କର ବାସଗୃହ ନ ଥାଏ ତାହେଲେ ସରକାରୀ ନିୟମ ଅନୁଯାୟୀ ଖୁବଶିଘ୍ର ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ତାଜା ଖବର
- ରୁନଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସଭାଗୃହରେ ଜନ ଆରୋଗ୍ୟ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ
- ଆଂଟିକ୍ୟୁଟି ରୁ ମର୍ଡଣ୍ଣଟି ପୁସ୍ତକ ଲୋକାର୍ପିତ
- ପ୍ରତ୍ୟେକ ଝିଅ ସଶକ୍ତ ହେଲେ, ସମାଜ ଓ ରାଷ୍ଟ୍ର ସମୃଦ୍ଧ ହେବ
- ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬
- ଆଇନ୍ ସ୍ବେଛାସେବୀ ମାନଙ୍କ ପ୍ରଶିକ୍ଷଣ।
- ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬
- ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ଶେଷ କରିବାକୁ ଆଇଜି ଡ. ସତ୍ୟଜିତ ନାୟକଙ୍କ ଆହ୍ୱାନ
- ସେବା ସଂକଳ୍ପ ଅଭିଯାନ ଅବସରରେ ବରୀ ମାଉଣ୍ଟଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଜିଲ୍ଲା କାରାଗାରରେ ବିଶ୍ବ ମାନସିକ ସ୍ବାସ୍ଥ୍ଯ ଦିବସ ପାଳନ।



