ନୂଆଦିଲ୍ଲୀ, ୪/୧୦ (ସନ୍ଧାନ ନିଉଜ) : ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଗାଡ଼ି ବା ଆର୍ମି ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ିରେ ସାଇରନ୍ ବାଜି ପାରିବ ନାହିଁ ବୋଲି ଭାରତରେ ନିୟମ ଲାଗୁ କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଜଣେ ପୁଲିସକର୍ମୀ ନିଜର ବ୍ୟକ୍ତିଗତ କାର୍ରେ ସାଇରନ୍ ଲଗାଇବାର ଭୁଲ କରିଥିବାରୁ ଏହାକୁ ସୁଧାରିଛନ୍ତି ଉତ୍ତରାଖଣ୍ଡ ପୁଲିସ । ନିୟମ ଉଲ୍ଲଂଘନ କରିଥିବାରୁ ଉତ୍ତରାଖଣ୍ଡ ପୁଲିସ ଉତ୍ତରପ୍ରଦେଶ ପୁଲିସକର୍ମୀଙ୍କର ଚାଲାଣ କାଟିଥିବା ଜଣା ପଡ଼ିଛି । ଘଟଣାଟି ଉତ୍ତରାଖଣ୍ଡର ଅଲ୍ମୋରାରେ ଘଟିଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଉତ୍ତରପ୍ରଦେଶ ପୁଲିସ ନିଜ ବନ୍ଧୁମାନଙ୍କ ସହ ଉତ୍ତରାଖଣ୍ଡ ବୁଲିବାକୁ ଯାଇଥିଲେ । ଏହି ସମୟରେ ନିଜର ମାରୁତି ସୁଜୁକି ଡିଜାୟାର କାର୍ରେ ସେ ଫ୍ଲାସ୍ର ଓ ସାଇରନ୍ ଲଗାଇଥିବା ଦେଖିଥିଲା ଉତ୍ତରାଖଣ୍ଡ ପୁଲିସ । କୌଣସି ଘରୋଇ ପଞ୍ଜିକୃତ ବାହାନରେ ଫ୍ଲାସ୍ର ଓ ସାଇରନ୍ ଲଗାଇବାର ନିୟମ ନଥିବାରୁ ଉତ୍ତରାଖଣ୍ଡ ଟ୍ରାଫିକ ପୁଲିସ ଅଲ୍ମୋରାର ଟାକ୍ସି ଷ୍ଟାଣ୍ଡ ପାଖରେ ଗାଡ଼ିକୁ ଅଟକାଇଥିଲା । ଯାହା ପରେ ଗାଡ଼ି ଭିତରୁ ପୁଲିସକର୍ମୀ ବାହାରି ଆସିବା ସହ ନିଜର ପରିଚୟ ଦେଇଥିଲେ । ପୁଲିସକର୍ମୀ ବୋଲି ଜାଣି ମଧ୍ୟ ନିୟମ ଉଲ୍ଲଂଘନ କରିିଥିବାରୁ ତାଙ୍କୁ ୨,୦୦୦ଟଙ୍କା ଜରିମାନା ଆକାରରେ ଦେବାକୁ କହିଥିଲା ଉତ୍ତରାଖଣ୍ଡ ପୁଲିସ ।