ବ୍ଲକ ସ୍ତରୀୟ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ,ଯୋଗଦେଲେ ଉପବାଚସ୍ପତି ମହୋଦୟ

Spread the love

ସୁନ୍ଦରଗଡ ତା:୬/୬/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଓଡ଼ିଶା ସରକାର ଙ୍କ ମିଶନ ଶକ୍ତି ବିଭାଗ ଦ୍ଵାରା ସୁଭଦ୍ରା ଶକ୍ତି ବ୍ଲକ ସ୍ତରୀୟ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଆଜି ସବଡେଗା ବ୍ଲକ ର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା ଉପ ବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗ ଦେଇ ପ୍ରତିଯୋଗିତା ର ଶୁଭ ଉଦ୍ଘାଟନ କରିବା ସହ ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ସୁଭଦ୍ରା ଶକ୍ତି ମାନଙ୍କୁ ଉତ୍ସାହିତ କରିଥିଲି ।ସୁଭଦ୍ରା ଶକ୍ତି ଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ବାସ୍ତବରେ ରୁଚି, ପୌଷ୍ଟିକତା ଓ ଐତିହ୍ୟର ସଂମିଶ୍ରଣ ଥିଲା। ଓଡ଼ିଆ ରୁଚି ଓ ପାରମ୍ପାରିକତାକୁ ଏକ ସୁନ୍ଦର ରୂପରେ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଙ୍କ ଏହି ପଦକ୍ଷେପ ଆମ ସଂସ୍କୃତି ଓ ୍ ଓଡ଼ିଆ ଐତିହ୍ୟକୁ ଆଗକୁ ବଢ଼ାଇବ ବୋଲି ଉପବାଚସ୍ପତି ମହୋଦୟ ମତ ରଖିଥିବା ଜଣାପଡିଛି । ଏହି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ପ୍ରାୟ ୧୨ଟି ମହିଳା ଗ୍ରୁପ ଭାଗ ନେଇଥିବା ବେଳେ ବିଜେତା ଦଳକୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ ଯୋଗ ଦେଇଥିବା ବେଳେ ବ୍ଲକ ସିଡ଼ିପିଓ ସହିତ ବ୍ଲକ ଏବିଡ଼ିଓ ଉପସ୍ଥିତ ଥିଲେ । ତା ସହିତ ଅଞ୍ଚଳର ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଗୁଲସନ୍ ବରୁଆ ଯୋଗ ଦେବା ସହିତ ମହିଳାମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗଣେଶ ପ୍ରଧାନ ପରିଚାଳନା କରିଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ ।

Related Posts

About The Author

Add Comment