ବ୍ରେକ ଡାଉନ ଟ୍ରକ ପଛକୁ ଧକ୍କା ଦେଲା ଇନୋଭା କାର ୩ ଆହତ

Spread the love

ଯାଜପୁର, ୧୪/୦୮ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟବନ୍ଧ ବ୍ରାହ୍ମଣୀ ସେତୁ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି ଡ୍ରାଇଭର ସମେତ ଦୁଇ ଜଣ ଆହାତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ କେନ୍ଦୁଝର ଜିଲ୍ଲା ଯୋଡ଼ା ଉଚ୍ଚବାଲି ଗ୍ରାମର ସୁନାକର ପେଣ୍ଠେଇ(୫୦) ଓ ତାଙ୍କର ଯେଣେ ସହଯୋଗୀ ସହିତ(ଓ ଡି -୩୩ ଭି-୧୦୧୦)କାର ଯୋଗେ ଭୁବନେଶ୍ୱର ରୁ ଫେରୁଥିଲେ  । ସେଠାରେ ତାଙ୍କ ପୁଅ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ଏବଂ ସେ ପୁଅକୁ ଦେଖାକରି ଫେରୁଥିବା ବେଳେ କବାଟବନ୍ଧ ବ୍ରାହ୍ମଣୀ ପୋଲ ଉପରେ ରାତ୍ର ପ୍ରାୟ  ୮ ସମୟ ହେବ ଆଗରୁ ଏକ ବାରଚାକିଆ ଟ୍ରକ (ଓ ଡି-୧୫-୪୧୫୫) ବ୍ରେକ୍ ଡାଉନ ହେଇ ଛିଡ଼ା ହୋଇଥିଲା ବେଳେ ଇନୋଭା କାରଟି ପଛ ପଟରୁ ଧକ୍କା ଦେଇଥିଲା  ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସମେତ ସୁନକର ଓ ତାଙ୍କ ସହଯୋଗୀ ଲିଟୁ ମହାନ୍ତି ଗୁରୁତର ଆହତ ହୋଇଥିଲେ । ଖବର ପାଇ କଳିଙ୍ଗ ନଗର ପୋଲିସ ଓ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟ କ୍ରମେ କଳିଙ୍ଗ ନଗର ଟାଟା ମେଡିକାଲକୁ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ । ପରେ ରାଜପଥ ଦୁଇ ପାର୍ଶ୍ଵରେ ଶତାଧିକ ଅଟକି ଥିବା ଟ୍ରକ ବସ ଓ ଚାରିଚକିଆ ଗାଡ଼ି ଗୁଡିକୁ ଜେନାପୁର ଓ କଳିଙ୍ଗ ନଗର ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ହଟାଇ ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲେ ।

 

Related Posts

About The Author

Add Comment