ଯାଜପୁର ସଦର, ୧୪ା୦୯ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଧାରପୁର ପଂଚାୟତ, ତିନିମୁହାଣୀ ବ୍ରାହ୍ମଣୀ ନଦୀ ପୋଲ ଉପରେ ବିସିଥିବା ବେଳେ, ଅନ୍ୟ ମନସ୍କ ରହିଥିବାରୁ ଏହି ଭିନ୍ନକ୍ଷମ ଯୁବକଟି ନଦୀକୁ ଖସିପଡ଼ି ବୁଡ଼ିଯାଇ ନିଖୋଜ ହେବାପରେ ଏହି ଯୁବକକୁ ଉଦ୍ଧାର କରିବା ପାଇଁ ବରୀ ଦମକଳ ବାହିନୀ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଁଞ୍ôଚ ବୋହୁ ଖୋଜା ଖୋଜି କରିବାପରେ ମୃତ ଯୁବକ ସୌମ୍ୟରଂଜନ ଦାସଙ୍କ ଶବ ମିଳିବା ଘଟଣା ଏ ଅଞ୍ଚଳରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ଝାଲପଡ଼ା ପଂଚାୟତର ନିଳକଣ୍ଠପୁର ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ସୌମ୍ୟରଂଜନ ଦାସ(୨୦) ଧାରପୁରରେ ମାଁମୁ ଘରେ ରହି ପାଠ ପଡ଼ୁଥିବା ବେଳେ, ଆଜ ଦିନ ୯ଟା ସମୟରେ ସୌମ୍ୟରଂଜନ କୌଣସି କାରଣ ବସତଃ ପୋଲ ଉପରେ ବସିଥିବା ବେଳେ, ନଦୀକୁ ଖସିପଡ଼ିଥିଲା । ସୌମ୍ୟରଂଜନଙ୍କ ମାଁମୁ ଦିଲିପ ଦାସ ସୌମ୍ୟରଂଜନ ନଦୀରେ ବୁଡ଼ିଯିବା ଘଟଣା ଯାଣିବା ପରେ ବରୀ ଦମକଳ ବାହିନୀ ଓଡ୍ରାଫ ଟିମ ପହଁଞ୍ôଚ ବୋହୁ ଖୋଜା ଖୋଜି କରିବା ପରେ ଏନେଇ ବରୀ ତହସିକଦାର ତିଳୋତ୍ତମା ପୃଷ୍ଟି ଘଟଣା ସ୍ଥଳରେ ପହଁଞ୍ôଚବା ତଦନ୍ତ କରିବା ସହିତ ଓଡ୍ରାଫ ଟିମକୁ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଷ ଦେଇଥିଲେ । ଓଡ୍ରାଫ ଟିମ ଖୋଜି ସୌମ୍ୟର ଶବକୁ ଉଦ୍ଧାର କରିଥିଲେ । ଏନେଇ ସୌମ୍ୟଙ୍କ ମାଁମୁଙ୍କ ପକ୍ଷରୁ ବରୀ ଥାନରେ ଅଭିଯୋଗ କରିବା ପରେ ବରୀ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଶବକୁ ଜବତ କରିବା ସହିତ ପୋଷ୍ଟ ବଟମ ପାଇଁ ଯାଜପୁର ପଠାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସୌମ୍ୟରଂଜନଙ୍କ ମୃତ୍ୟୁ ଘଟିଥିବା ବରୀ ଥାନା ଅଧିନରେ ରହିଚି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ବେଳେ ସୌମ୍ୟଙ୍କ ଶବକୁ ପୋଷ୍ଟବଟମ କରାଯାଇ ସୌମ୍ୟ ରଂଜନଙ୍କ ଶବକୁ ପରିବାରକୁ ହସ୍ତାନ୍ତରିତ କରାଯାଇଚି । ଶୋକାକୁଳ ପରିବେଶରେ ସୌମ୍ୟରଂଜନଙ୍କ ଶବକୁ ସଂସ୍କାର କରାଯାଇଥିଲା । ଏହି ଗରିବ ହେଣ୍ଡକେପ୍ଟ ଛାତ୍ରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଝାଲପଡ଼ର ସରପଂଚ ଝରଣା ମଲିକ, ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ସାମଲ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ବ୍ରହ୍ମଣୀ ନଦୀ ପୋଲ ଉପରୁ ଖସିପଡ଼ି ଯୁବକର ମୃତ୍ୟୁ
|
September 16, 2023 |