ବୌଦ୍ଧ ଜ଼ିଲ୍ଲା ର ଦଣ୍ଡ ନାଟ ଉପରେ ଗବେଷଣା କରି ଇତିହାସ ରେ ଡ଼କ୍ଟରେଟ ଲାଭ
ବୌଦ୍ଧ ଜ଼ିଲ୍ଲା ର ଦଣ୍ଡ ନାଟ ଉପରେ ଗବେଷଣା କରି ଇତିହାସ ରେ ଡ଼କ୍ଟରେଟ ଲାଭ
Sandhan News |
November 2, 2025 |

ଗବେଷକ ଶ୍ରୀ ଦିବ୍ୟ ରଞ୍ଜନ ତ୍ରିପାଠୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଇତିହାସ ବିଭାଗରୁ ସମସ୍ତ ଗୁଣବତ୍ତା କୁ ଉତୀର୍ଣ୍ଣ କରି Ph. D ଉପାଧି ଲାଭ କରିଛନ୍ତି.ଶ୍ରୀ ତ୍ରିପାଠୀ,Assistant Professor ଡା. ସନ୍ତୋଷ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗବେଷଣା କରୁଥିଲେ। ତାଙ୍କ ରଚିତ ସନ୍ଦର୍ଭ “, Danda Nata of Boudh-An Ethno-Historical Perspective on A Religious Practice of Soth Asia” ଟି ଛାତିଶଗଡ ର ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ର ପ୍ରଫେସର ପ୍ରବୀଣ କୁମାର ମିଶ୍ରା ତଥା ପଶ୍ଚିମବଙ୍ଗ ର କଲ୍ୟାଣୀ ବିଶ୍ୱବିଦ୍ୟାଳୟ ର ପ୍ରଫେସର ସବ୍ୟସାଚୀ ଚାଟାର୍ଜୀ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ତାଙ୍କୁ Ph. D ଉପାଧି ପ୍ରଦାନ କରାଯାଇଛି.ଶ୍ରୀ ଦିବ୍ୟ ରଞ୍ଜନ ତ୍ରିପାଠୀ ହେଉଛନ୍ତି ବୌଦ୍ଧ ଜ଼ିଲ୍ଲା ଗମ୍ଭୀରିପଦର ଗ୍ରାମର ଶ୍ରୀମତି କଲ୍ୟାଣୀ ତ୍ରିପାଠୀ ଓ ଶ୍ରୀଯୁକ୍ତ ଜୟ କୁମାର ତ୍ରିପାଠୀ ଙ୍କ ସୁପୁତ୍ର।ସେ ତାଙ୍କର ଏହି ସଫଳତା ପାଇଁ ତାଙ୍କର ସମସ୍ତ ଶିକ୍ଷକ, ଗୁରୁଜନ,ଓ ଭାଇଭଉଣୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ତ୍ରିପାଠୀ ବର୍ତ୍ତମାନ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଅନୁଗୁଳର ଇତିହାସ ବିଭାଗରେ ଅଧ୍ୟାପକ ରୂପେ କାର୍ଯ୍ୟରତ ଅଛନ୍ତି।
advt/snd/25
www.sandhannews.com
Related Posts
About The Author