ଭଦ୍ରକ, ୨୮/୦୩ (ସନ୍ଧାନ ନିଉଜ) ଭଦ୍ରକ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ବନ୍ତ ଥାନା ତ୍ରିକୋଣାରେ ବୋମା ଫାଟି ୩ ନାବାଳିକା ଗୁରୁତର ଆହତ ହୋଇଯାଇଛନ୍ତି । ଖେଳିଲା ବେଳେ ଅତିରିକ୍ତ ବ୍ୟାଗ୍ରେ ବୋମା ଥିବା ବେଳେ ଏହା ଫାଟିବା କାରଣରୁ ଘଟଣା ସ୍ଥଳରେ ୩ ଜଣ ନାବାଳିକା ଗୁରୁତର ଆହାତ ହୋଇଛନ୍ତି ।
୩ ନାବାଳିକା ମଧ୍ୟରେ ୨ ଜଣ ଭଉଣୀ ଥିବା ସୁଚନା ମିଳିଛି । ଗୁରୁତର ୩ ଜଣଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ସ୍ଥାନାନ୍ତରଣ କରାଯାଇଛି । ଏହି ଅଘଟଣ ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
କେଉଁଠି ଏହି ବ୍ୟାଗ୍ ଆସିଲା ? କିଏ ଆଣି ଏହି ବ୍ୟାଗ୍ ଥୋଇଛି ଏବଂ ଉଦ୍ୟସ କଣ ରହିଛି? ସମସ୍ତ ପ୍ରକାର ଛାନଭିନ୍ ଆରମ୍ଭ କରିଦେଇଛି ପୋଲିସ୍ । ସେହି ଆଖ ପାଖ ଦୋକାନରେ ଲାଗିଥିବା ସିସିଟିଭି କୁ ମଧ୍ୟ ଯାଞ୍ଚ କରୁଛି ପୋଲିସ୍