ବୈରୀ ପଂଚାୟତରେ ସ୍ୱଚ୍ଛ ଭାରତ ମିଶନ -୨ ବୈଠକ

Spread the love
  •  
  •  
  •  
  •  
  •  

ବଡଚଣା, ୦୭/୦୧(ସନ୍ଧାନ ନିୟୁଜ/ସନ୍ତୋଷ ରାଉତ):- ବଡଚଣା ବ୍ଲକ ଅନ୍ତର୍ଗତ ବୈରୀ ଗ୍ରାମ ପଂଚାୟତର ସ୍ୱଚ୍ଛ ଭାରତ ମିଶନ- ୨ୟ ପର୍ଯ୍ୟାୟେରେ ଏକ ବୈଠକ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଡଚଣା ବ୍ଲକର ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି ଏବଂ ସମ୍ମାନିତ ଅତିଥିଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିପିନ ବିହାରୀ ସେଠୀ ଯୋଗଦେଇ ସ୍ୱଚ୍ଛ ଭାରତ ମିଶନ-୨ ପର୍ଯ୍ୟାୟରେ ବ୍ୟକ୍ତିଗତ ନିର୍ମାଣ,ସୋକପିଟ୍‌, ଟାଙ୍କି ନିର୍ମାଣ ପଂଚାୟତକୁ କିଭଳି ସର୍ବଦା ସଫା ରଖାଯାଇପାରିବ ତାହା ଉପରେ ଆଲୋଚନା କରାଯାଇଥିଲା । ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟାଙ୍କୁ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଆରସି ଚିତ୍ତରଂଜନ ଦାସ , ସରପଂଚ ବିଷ୍ଣୁପ୍ରିୟା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ କୁମାର ରାଉତ, ଗ୍ରାମ ରୋଜଗାର ପ୍ରଣୟ ରଣା, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରେ ବିଡିଓ ସମେତ ଅନ୍ୟ ଅଧିକାରୀ ବିିଭିନ୍ନ ପ୍ରକଳ୍ପ ବୁଲିଦେଖିଥିଲେ ।

Related Posts

About The Author

Add Comment