ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା

Spread the love

ନୂଆଦିଲ୍ଲୀ , ୧0/ ୭ (ସନ୍ଧାନ ନିୟୁଜ) : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳର ନେତା ଭର୍ତୃହରି ମହତାବ । ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଭର୍ତୃହରି କହିଛନ୍ତି, ଦୀର୍ଘଦିନ ଧରି ବୈଜୟନ୍ତ ଦଳବିରୋଧୀ କାମରେ ଲିପ୍ତ ଥିଲେ । ତେଣୁ ବାଧ୍ୟ ହୋଇ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏ ବିଷୟରେ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା । ପରେ ବୈଜୟନ୍ତ ନିଜ ତରଫରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଇସ୍ତଫା ପତ୍ର ପଠାଇଥିଲେ ବୋଲି ଜଣାପଡିଥିବା ଭୁର୍ତୃହରି ଲେଖିଛନ୍ତି ।

ଯେହେତୁ ନିଜ ତରଫରୁ ସେ ଇସ୍ତଫା ଦେଇଛନ୍ତି, ତେଣୁ ସମ୍ବିଧାନର ଦଶମ ଅନୁଚ୍ଛେଦର ଦଳ ବିରୋଧୀ ଆଇନର ବ୍ୟବସ୍ଥା ଅନୁସାରେ ସେ ଆଉ ସାଂସଦ ରହିପାରିବେ ନାହିଁ । ଆଇନ ଅନୁସାରେ ଲୋକସଭାର ସାଂସଦ ହେବାକୁ ସେ ବର୍ତମାନ ଅଯୋଗ୍ୟ । ଭର୍ତୃହରି ଆହୁରି ମଧ୍ୟ ଲେଖିଛନ୍ତି ନିଜ ତରଫରୁ ସେ ଇସ୍ତଫା ଦେଇଥିବାରୁ ସାଂସଦ ପଦରୁ ହଟାଇବା ପାଇଁ ଦଶମ ଅନୁଚ୍ଛେଦ ଅନୁସାରେ ଦଳ ତରଫରୁ କୌଣସି ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ନାହିଁ । ତେଣୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସାଂସଦ ଭାବରେ ରହିବାର ଅଧିକାର ନଥିବାରୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଭର୍ତୃହରି ଅନୁରୋଧ କରିଛନ୍ତି ।

Related Posts

About The Author

Add Comment