ବେଦବ୍ୟାସ ପୀଠରେ ବାହାର ରାଜ୍ୟର ସାଧୁସନ୍ଥ

Spread the love

ରାଉରକେଲା, ୦୩/୮ (ସନ୍ଧାନ ନିୟୁଜ ) : ଚାଲିଛି ପବିତ୍ର ଶ୍ରାବଣ ମାସ । ପ୍ରତି ସୋମବାର କାଉଡ଼ିଆ ମାନେ ଶିବଲିଙ୍ଗରେ ଜଳାଭିଷେକ କରୁଥିବା ପ୍ରତ୍ୟେକ ଶୈବପୀଠରେ ଦେଖିବାକୁ ମିଳୁଛି । ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଦେଓଗାଁ ଧବଳେଶ୍ୱର ପୀଠରେ ମଧ୍ୟ ପ୍ରତି ସୋମବାର ଶିବଭକ୍ତଙ୍କ ଗହଳି ଜମୁଛି । କେବଳ ଯେ, ରାଉରକେଲାର ଶ୍ରଦ୍ଧାଳୁ ନୁହେଁ, ବାହାର ରାଜ୍ୟରୁ ସାଧୁସନ୍ଥ ମାନେ ପବିତ୍ର ଧବଳେଶ୍ୱର ପୀଠକୁ ଆଗମନ କରୁଛନ୍ତି । ବିହାର ରାଜ୍ୟର ଗୟା, ମୁଗଲସରାଇ, ଉତରପ୍ରଦେଶର କାନପୁର, ଇଲହାବାଦ, ବାରାଣାସୀ, ବରସାନା, ମଥୁରା ଆଦି ଅଂଚଳରୁ ସାଧୁ ମାନେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସକୁ ଆସି ସେଠାରେ ଅବସ୍ଥାନ କରିବା ପରେ ଆଖପାଖ ଅଂଚଳର ଶୈବପୀଠ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ସାଧୁସନ୍ଥ ମାନେ ଚାଲିଚାଲି ଜାତୀୟ ରାଜପଥ-୧୪୩ରେ ଯାତ୍ରା କରୁଛନ୍ତି । ରାସ୍ତାରେ ଯିବା ସମୟରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ସେମାନଙ୍କୁ ସେବା ଯୋଗାଇ ଦିଆଯାଉଛି ।

Report S nayak

Related Posts

About The Author

Add Comment