ବେଆଇନ ପ୍ଲାଷ୍ଟିକ,ପଲିଥିନ ଜରିବିକ୍ରୀ ଉପରେ ଚଡାଉ ୧୫୨କେଜି ଜବତ,୧୪,୨୦୦ଟଙ୍କା ଜରିମାନା ଆଦାୟ
ବେଆଇନ ପ୍ଲାଷ୍ଟିକ,ପଲିଥିନ ଜରିବିକ୍ରୀ ଉପରେ ଚଡାଉ ୧୫୨କେଜି ଜବତ,୧୪,୨୦୦ଟଙ୍କା ଜରିମାନା ଆଦାୟ
Manas Kumar Rout |
June 14, 2019 |
ମାଲକାନଗିରି,୧୪/୬ (ସନ୍ଧାନ ନିୟୁଜ) ମାଲକାନଗିରି ପୌରପରିଷଦ ପକ୍ଷରୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ସହର କରିବା ସଙ୍କଳ୍ପନେଇ ଆଜି ଠାରୁ ବେଆଇନ ପ୍ଲାଷ୍ଟକ ଓ ପଲିଥିନ ଜରି ବିକ୍ରୀ ଉପରେ ଚଢାଉ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମଦିବସ ରେ ମାଲକାନଗିରି ସହର ରେ ଥିବା ୧୦ଟି ହୋଲସେଲ ଦୋକାନ ଉପରେ ଚଢାଉ କରା ଯାଇ ସେମାନଙ୍କ ଠାରୁ ୧୫୨କେଜି ପଲିଥିନ ଜରି ଜବତ କରାଯାଇଛି । ବେଆଇନ ପଲିଥିନ ଜରି ବିକ୍ରୀ କରିବା ଅଭିଯୋଗରେ ସେମାନଙ୍କ ଠାରୁ ୧୪ହଜାର୨୦୦ଟଙ୍କା ଜରିମାନା ଆଦାୟହୋଇଛି ।ସହକାରିଜିଲ୍ଲାପାଳ ସଶାଙ୍କ କୁମାର ମିଶ୍ର,ମାଲକାନଗିରି ଥାନାଅଧିକାରୀ ରଜଂନକୁମାର ସାହୁ,ଅତିରିକ୍ତ ତହସଲିଦାର ସଦାଶିବ ଭତ୍ରା,ପୌରପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ଏମ.ନୀଳକଠଂନାୟୁଡୁ ,ବନାଚଂଳଅଧିକାରୀ ବାସୁଦେବ ନାୟକ,ପୌରପରିଷଦ ସହକାରି ଯନ୍ତ୍ରୀ ଇନ୍ଦୁମାଧବ ସରକାର,ଡୁଡାକନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ପାଳ,ପୌରପରିଷଦ ଏଟିସି କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ,ପିତବାସ ହରିଜନ,ଡି.ଡି ସଡଙ୍ଗି ପ୍ରମୁଖ ମାଲକାନଗିରି ସହରରେ ଥିବା ବିଭିନ୍ନ ଦୋକାନବଜାର ଉପରେ ଚଢାଉକରି ବେଆଇନ ଭାବେ ବିକ୍ରୀକରୁଥିବା ପଲିଥିନଜରି,ପ୍ଲାଷ୍ଟିକ ସାମଗ୍ରୀ ଗୁଡିକୁ ଜବତ କରିଥିଲେ ।
Related Posts
About The Author