ସୁନ୍ଦରଗଡ ତା:୧୮/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ବିଗତ ଦୁଇବର୍ଷ ଧରି ବଡ ଗାଁ ବ୍ଲକ ଅନ୍ତର୍ଗତ ଫୁଲବାରି ଗ୍ରାମ ପଂଚାୟତରେ ବେଆଇନ ଭାବେ ଚାଲି ଆସୁଛି । ଏହାକୁ କେନ୍ଦ୍ର କରି ଅଞ୍ଚଳରେ ପ୍ରତିଟି ମୁହୂର୍ତ୍ତ ପ୍ରଦୂଷଣ ବଢ଼ି ଆସିବା ସହିତ ଅଞ୍ଚଳବାସି ଅସୁରଖିତ ରହୁଥିବା ଜଣା ପଡ଼ିଛି ।ସୂଚନା ଅନୁସାରେ ଏହି ପିଚୁ ପ୍ଲାଣ୍ଟ ରାହିନୋ ରୋଡ ଇକୁପ୍ମେଣ୍ଟ ପ୍ରାଇଭେଟ୍ କଲିକତା
ବଡ ଗାଁ ବ୍ଲକର ଫୁଲବାରି ଗ୍ରାମପଞ୍ଚାୟତ ରେ ଚାଲିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ତାଙ୍କର ଉଚିତ୍ କାଗଚପତ୍ର ନ ଥିବାସୂଚନା ମିଳିବା ସହିତ ଏହି କାର୍ଯ୍ୟ ପାଇଁ ପ୍ରାରମ୍ଭିକ ସମୟରେ ପଞ୍ଚାୟତରେ ନିୟମ ଅନୁଯାୟୀ ଗ୍ରାମସଭା କରାଯାଇ ନାହିଁ । ତା ସହିତ ଏହି କମ୍ପାନୀର ପୋଲୁସନ୍ ସାଟିଫିକେଟ ନଥିବା ସୂତ୍ରରୁ ଜଣା ପଡ଼ିଛି । ଏହି ପ୍ରସଙ୍ଗରେ ଅଞ୍ଚଳବାସୀ ସ୍ଥାନୀୟ ତହସିଲଦାର କୁ ଅବଗତ କଳା ପରେ ସେ ରାଉରକେଲା ଉପଜିଲ୍ଲାପାଲ ସମ୍ମୁଖରେ ସମସ୍ତ ତଥ୍ୟ ରଖିଥିଲେ । ରାଉରକେଲା ଉପଜିଲ୍ଲାପାଲ ପୋଲୁସନ ବୋର୍ଡ କୁ ଜଣାଇଲା ପରେ କମ୍ପାନୀ ଉପରେ ଏକ ନୋଟିସ ଜାରି କରାଯାଇଥିଲା ।ଅନେକ ସମୟ ଧରି ଏହି ପିଚୁ କାରଖାନାରୁ ପ୍ରଦୂଷଣ କାରଣରୁ ଏହାକୁ ବନ୍ଦ କରିବାକୁ ଦାବି ଜଣାଇଛନ୍ତି । ବେଆଇନ ଭାବେ ସରକାରୀ ଜମିରେ ପିଚୁ ପ୍ଲାଣ୍ଟ ତିଆରି ସହିତ ସ୍ଥାନୀୟ ପଞ୍ଚାୟତରେ ଏନଓସି ନ ନେବା ସହିତ ଗ୍ରାମ ସଭାରେ ପାରିତ ହୋଇ ନ ଥିବା ସ୍ଥାନୀୟ ସରପଞ୍ଚ ଯୋଗେନ୍ଦ୍ର କିଶନ ଓ ସ୍ଥାନୀୟ ୱାଡ ମେମ୍ବର ଗଣେଶ କିଶାନ ନିଜ ମତ ରଖିଛନ୍ତି ।ଅତିଶିଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।
ବେଆଇନ ପିଚୁ କାରଖାନା ବନ୍ଦ ଦାବିକଲେ ଗ୍ରାମବାସୀ
|
May 17, 2025 |
