ଜେନାପୁର ୧୮/୧ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ଅଞ୍ଚଳ ରୁ ବେଆଇନ ଡ୍ରିଲିଂ କରୁଥିବା ଏକ କମ୍ପ୍ରେସର ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ ବୁରୁ ସାହି ଗ୍ରାମର ଘନ ତିରିଆ ଓ ପାଟପୁର ଗ୍ରାମର ଗୟାଧର ଦାସ ଉଭୟ ବେଆଇନ ଜଙ୍ଗଲ କିସମ ଜମିରେ କମ୍ପ୍ରେସର ଲଗାଇ ଡ୍ରିଲିଂ କରୁଥିବା ସମୟରେ ଜେନାପୁର ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କମ୍ପ୍ରେସର ସମେତ ବ୍ଳାଷ୍ଟିଂ ପାଇଁ ବ୍ୟବହୃତ ହେଉଥିବା ୧୮୫ ଟି ପାୱାର ଜେଲ ଓ ୩ ଟି କଏଲ ଜବତ ହୋଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ରେ ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା, ଏସ ଆଇ ଶଶୀଭୂଷଣ ପରିଡ଼ା ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏନେଇ ଜେନାପୁର ଥାନାରେ କେସ ନମ୍ବର ୧୯/୨୫ ରେ ଏକ ମାମଲା ରୁଜ୍ଜୁ କରି ଉଭୟ ଙ୍କୁ ଅଟକ ରଖିଥିବା ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି।
ବେଆଇନ ଖଣି ରୁ କମ୍ପ୍ରେସର ଜବତ, ୨ ଗିରଫ,
|
January 18, 2025 |
