ବୃକ୍ଷରୋପଣ ଓ ପାହାଡ ପର୍ବତ ପରିବେଶ ସୁରକ୍ଷା ଏକ ସଂକଳ୍ପ ହେଉ

Spread the love
  •  
  •  
  •  
  •  
  •  

ଯାଜପୁର ,ସନ୍ଧାନ ନ୍ୟୁଜ: ଉଭୟ ମାନବ ଓ ଜୀବ ଜଗତ ପାଇଁ ଧ୍ୱଂସାଭିମୁଖୀ ପରିବେଶ ଓ ବୃକ୍ଷଲତା ଲୋପ ପାଇବା ସବୁଠାରୁ ବଡ ସମସ୍ୟା ହୋଇଛି । ତେଣୁ ବୃକ୍ଷରୋପଣ ଓ ପାହାଡ ପର୍ବତ ପରିବେଶ ସୁରକ୍ଷାକୁ ପ୍ରତ୍ୟେକ ମଣିଷ ଏକ ସଂକଳ୍ପ ଭାବେ ଗ୍ରହଣ କରିବାକୁ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି । ଧର୍ମଶାଳା ବ୍ଲକ ଜେନାପୁର ନୋଡାଲ ଉ.ପ୍ରା ବିଦ୍ୟଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ୱର୍ଗତ ଇନ୍ଦୁମତୀ ଜେନା ଏବଂ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସତୀଶ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସୃଷ୍ଟିକଭଗବାନ ବୃକ୍ଷଲତା, ପାହାଡ ପର୍ବତ ଓ ପରିବେଶର ସୁରକ୍ଷା ଦାୟୀତ୍ୱ ମଣିଷକୁ ପ୍ରଦାନ କରିଛନ୍ତି । ହେଲେ ପଶୁ ପ୍ରବୃତିରେ ଥିବା ମଣିଷ ରୂପୀ ପଶୁମାନେ ପାହାଡ ପର୍ବତ ଓ ବୃକ୍ଷଲତାକୁ ଧ୍ୱଂସ କରିଥାନ୍ତି । ଏଥିପାଇଁ ଉଭୟ ମଣିଷ ଓ ଜୀବ ଜଗତ ବିଭିନ୍ନ ପ୍ରକାର ବିପଦଜନକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ମୁକ୍ତି ପାଇଁ ପ୍ରତ୍ୟେକ ମଣିଷ ଗଛ ଲଗାଇବା ସହ ପାହାଡ ପର୍ବତ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ । ପ୍ରତ୍ୟେକ ଜନ୍ମ ଏବଂ ଶ୍ରାଦ୍ଧ ଦିବସରୁ ବିଭିନ୍ନ ପ୍ରକାର ପାରମ୍ପରିକ ଉତ୍ସବରେ ବୃକ୍ଷ ରୋପଣ ଏବଂ ଏଥିନେଇ ସଚେତନତା ଜରୋରୀ । ସ୍ୱଗତ ଇନ୍ଦୁମତୀ ଏବଂ ପୂର୍ଣ୍ଣଚନ୍ଦ୍ରଙ୍କ ଶ୍ରାଦ୍ଧ ଦିବସରେ ଶତାଧିକ ଫଳଗଛ ଲଗାଯିବାର ମହତ କାର୍ଯ୍ୟ ପୁର ସମାଜ ପାଇଁ ଏକ ଏକ ସକାରାତ୍ମକ ବାର୍ତା ଏବଂ ମହାନ କାର୍ଯ୍ୟ । ଏଥିରେ ଇନ୍ଦୁମତୀଙ୍କ ପରିବାରର ସର୍ବଶ୍ରୀ ପୀତବାସ, ବାରେଣୀ, ସୌଦାଗର, ଜିତେନ୍ଦ୍ର ଏବଂ ପୂର୍ଣ୍ଣଚନ୍ଦ୍ରଙ୍କ
ପରିବାରର ସ୍ମତାରାଣୀ ଶୁଭଦର୍ଶିନୀ, ଟୁନି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଯୁବ ସମାଜସେବୀ ରମେଶ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମାଜସେବୀ ରଂଜନ ଦାସ, ଦାଶରଥୀ ମଲିକ, ପ୍ରଧାନ ଶିକ୍ଷକ ମଳୟ କୁମାର ଜେନା, ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ବେହେରା, ମୀନା ସାହୁ, ଗଙ୍ଗୌତ୍ରୀ ପଟ୍ଟନାୟକ, ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ନେଇ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଦୁଇ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା ।

Related Posts

About The Author

Add Comment