କୋଇଡା, ୭/୯(ସନ୍ଧାନ ନିୟୁଜ/ଲମ୍ବୋଦର ବାରିକ) ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକ ଧୁବଲବେଡା ରାସ୍ତାରେ ରହିଥିବା ଏକ ପୋଲ ଲଗାଣ ବର୍ଷାରେ ଭୁଷୁଡି ପଡିଛି । ଫଳରେ ଏହି ରାସ୍ତା ଦେଇ ଦୈନିକ ଯିବା ଆସିବା କରୁଥିବା ବହୁସଯଂଖ୍ୟା ଗାଡିମଟର, ଆମ୍ବୁଲାନ୍ସ, ପଥଚାରୀ ଏବଂ ଉଭୟ ପକ୍ଷରେ ରହିଥିବା ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାଟି ତେହେରାଇ ରୋଡକୁ ସଂଯୋଗ କରୁଥିବା ବେଳେ ଉଭୟ ପଟରୁ ଯାତାୟତ ବନ୍ଦ ହୋଇପଡିଛି । ଏହି ରାସ୍ତାଟି ଉପରେ ଦୌନିକ ୨୦ହଜାରୁ ଉର୍ଦ୍ଧ ଲୋକ ଯିବାଆସିବା କରୁଥିବା ବେଳେ ଏହା ଭୁଷିଡିପଡିବା ଯୋଗୁ ଉଭୟ ପଟରେ ରହିଥିବା ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ତୁରନ୍ତ ପୋଲ ନିର୍ମାଣ କରିବାକୁ ଗ୍ରାମବସୀ ମାନେ ଦାବି କରିଛନ୍ତି । ନଚେତ ଆନେ୍ଦାଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଭୁଷୁଡିଲା କୋଇଡାର ଧୁବଲବେଡା ପୋଲ, ଯାତାୟତ ଠପ୍
|
September 7, 2018 |