ବୁଲାଣି ରାସ୍ତା ରେ ବାଇକ ଦୁର୍ଘଟଣା ଜଣେ ମୃତ୍ୟୁ ଦୁଇ ଆହତ, ତଲସରା ଥାନା ରେ ଅଭିଯୋଗ

Spread the love

ସୁନ୍ଦରଗଡ଼ ତା:୦୯-୦୫-୨୦୨୬ରିଖ (ସନ୍ଧାନ ନ୍ୟୁଜ )ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ରୁ ଘୋଘର କୁ ଯାଇଥିବା ବୁଲାଣି ରାସ୍ତା ରେ ଗତ କାଲି ରାତି ଏକ ବାଇକ ଦୁର୍ଘଟଣା ରେ ଜଣେ ମୃତ୍ୟୁ ଓ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି l ପାଇଥିବା ସୂଚନା ଅନୁସାରେ ଗତ ତା:୦୮-୦୫-୨୦୨୬ରିଖ ରାତି ପ୍ରାୟ ୧୧ସମୟ ରେ ବାଲିଶଙ୍କରା (ଭାଟିପଡ଼ା )ର ଶ୍ଳୋକ ବାର୍ଲା (୨1)ଆକାଶ ବାର୍ଲା (୨୦)ଅଭିନାଶ ଓରାମ (୧୮)ଏକ ବାଇକ ନମ୍ବର ସି ଜି ୧୪ଏମ ଇ ୮୮୯୧ଯୋଗେ ଏକ ବାହା ଘରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ବୁଲାଣିଆ ରାସ୍ତା ରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲେ l ରାତି ସାରା ସେମାନେ ସେହି ଜାଗାରେ ପଡି ରହିଥିଲେ l ଆଜି ତା୦୯-୦୫-୨୦୨୬ରିଖ ସକାଳ ୬ଟା ସମୟ ରେ ବାଟ ଚଲା ବ୍ୟକ୍ତି  ଏହି ରାସ୍ତା ରେ ଆସୁଥିବା ବେଳେ ଏପରି ଦୁର୍ଘଟଣା ହୋଇଥିବା ଖବର ଏହି ଯୁବକ ମାନଙ୍କ ଘର ପରିବାର କୁ ଖବର ଦେଇ ୧୦୮ଆମ୍ବୁଲାନ୍ସ କୁ ଡକାଇ ମୁଖ୍ୟ ଡାକ୍ତରଖାନା କୁ ପଠାଇ ଥିଲେ l ପ୍ରଥମେ ସବଡେଗା ପରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା କୁ ପଠା ଯାଇଥିଲା l ଡାକ୍ତରଖାନା ରେ ଡାକ୍ତର ସେମାନଙ୍କ ର ପରୀକ୍ଷା କରିଲା ପରେ ଶ୍ଳୋକ ବାର୍ଲା ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ  l ଏ ନେଇ ଆଜି ତଲସରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି l ତଲସରା ଥାନା ଅଧିକାରୀ ଲିଖିତ ଅଭିଯୋଗ ପାଇ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଅନୁମତି ଦେଇଥିଲେ ଓ ଆହତ ହୋଇଥିବା ଯୁବକ ଦ୍ୱୟ ଙ୍କୁ ଚିକିତ୍ସା କରିବା ପାଇଁ ପଠାଇଥିଲେ ।

Related Posts

About The Author

Add Comment