ବୁରୁସାହି ରେ ଦୀପାବଳି ପାଳିଲା ରକ୍ତବନ୍ଧୁ,ଯାଜପୁର 

Spread the love

ଜେନାପୁର,୨୩/୧୦ (ସନ୍ଧାନ ନ୍ୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଆଦିବାସୀ ଗାଁ ରେ କୁନି କୁନି ପିଲାଙ୍କ ଗହଣରେ ଦୀପାବଳୀ ପାଳିଲା ରକ୍ତବନ୍ଧୁ, ଯାଜପୁର । ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ବିଭିନ୍ନ ପ୍ରକାର ଦୀପ, ମିଠା, ପେନସିଲ,ସବୁଜ ବାଣ ଆଦି ଦେଇ ଦୀପାବଳି ପାଳନ କରିଥିଲେ। ଏହି ଅବସରରେ ଯାଜପୁର ରୋଡ ଉମାପଦା ଅଞ୍ଚଳରେ

ଅମରିକ ସିଂ ଲୟାଲ ଜଣେ ବଦାନ ବ୍ୟକ୍ତି ନିଜ ଜନ୍ମ ଦିନ ପାଳନ ମଧ୍ୟ କରିଥିଲେ। ପିଲାମାନଙ୍କୁ ମିଠା, ପାଠ୍ୟ ଉପକରଣ, ଦୀପାବଳୀ ପାଇଁ ଦୀପ ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଦେଇ ପିଲାମାନଙ୍କ ସହିତ ସମୟ ଅତିବାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରକ୍ତବନ୍ଧୁ ପରିବାର ପକ୍ଷରୁ ଆବାହକ ବସନ୍ତ କୁମାର ମଲ୍ଲିକ, ଅସିତ କୁମାର ନାୟକ, ସନ୍ତୋଷ କୁମାର ସାହୁ, ସନାତନ ମଲ୍ଲିକ, ବିକ୍ରମ ମଲ୍ଲିକ, ପ୍ରଭୁପ୍ରବୀଣ ସ୍ୱାଇଁ, ଓମ ପ୍ରକାଶ ସ୍ୱାଇଁ, ଓମପ୍ରକାଶ ସ୍ୱାଇଁ, ବୁବୁନା ମଲ୍ଲିକ, ସମାଜସେବୀ ମୋହନ ମହାରଣା,ଉପସ୍ଥିତ ଥିଲେ।

Related Posts

About The Author

Add Comment