ବୁରୁସାହିରେ ପଡିଲା ପ୍ରଶାସନର ପାଦ; ରେଡକ୍ରସ ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ, ରାସ୍ତା,ପାନୀୟଜଳ,ଶିକ୍ଷା ଉପରେ ଗୁରୁତ୍ୱ

Spread the love

ଯାଜପୁର/ଜେନାପୁର, ୧୭/୭ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ବଦଳିବ ବୁରୁସାହିର ବାସ୍ତବ ଚିତ୍ର । ବୁଧୁବାର ଜିଲାପ୍ରଶାସନ ପକ୍ଷରୁ ଯାଯପୁର ଜିଲା ଧର୍ମଶାଳା ବ୍ଲକ ଅଂଜିରା ପଂଚାୟତର ବୁରୁସାହି ଗାଁରେ ଦିନିକିଆ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରି ଜିଲାପାଳ ଏଭଳି ଦୃଢ଼ ପ୍ରତିଶୃତି ଦେଇଛନ୍ତି । ଗତ ୧ ତାରିଖରେ ଜିଲାପାଳ ବୁରୁସାହିର ସମସ୍ୟା ସମ୍ପର୍କରେ ଅବଗତ ହୋଇ ସର୍ବଙ୍ଗିନ ଉନ୍ନତି ପାଇଁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ବୈଠକର ଆୟୋଜନ କରିଥିଲେ । ବୈଠକରେ ଜିଲାର ସମସ୍ତ ପଦାଧିକାରୀ ଯୋଗଦେଇ ବୁରୁହାହିର ଉନ୍ନତିପଡାଇଁ ବିଭିନ୍ନ ଦିଗ ଉପରେ ଅଲୋଚନା କରିଥିଲେ । ପ୍ରସ୍ତାବ ଅନୁଯାଇ ଏଠାରେ ପ୍ରଥମିକ ସ୍କୁଲ, ମିନି ଅଙ୍ଗନ ବାଡି କେନ୍ଦ୍ର, ଗମନାଗମନ ପାଇଁ ସଡକ ବ୍ୟବସ୍ତା ପାନୀୟ ଜଳ ସମସ୍ୟ, ସ୍ଥାୟୀ ଜମିପଟା, କିପରି ଶୀଘ୍ର ଯୋଗାଇ ୍ଦିଆ ଯାଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ପ୍ରସ୍ତାବ ଅନୁଯାଇ ୧୭ତାରିଖ ଜିଲା ରେଡକ୍ରସ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅୟୋଜନ କରାଯାଇ ବୁରୁସାହିର ଲୋକମାନଙ୍କୁ ସ୍ୱାସ୍ଥା୍ୟ ସେବା ଯୋଗାଇ ଦେବା ସହ ମାଗଣାରେ ଔଷଧ ବଣ୍ଡନ କରାଯାଇଥିଲା । ସ୍ୱାସ୍ଥ୍ୟଶିବିରରେ ଏକ ଡାକ୍ତରିଦଳ ଯୋଗଦେଇ ବିଭିନ୍ନ ବିଭାଗରେ ରୋଗ ନିରୁପଣ କରି ଚିକିସôା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଧର୍ମଶାଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ମାନସ କୁମାର ସ୍ୱାଇଁଙ୍କପ୍ରତ୍ୟକ୍ଷ ତତ୍ୱାବଧାନରେ ନିଦାନ ଭେଷଜ ବିଭାଗରେ ସେକ କୋମାର ମହମଦ, ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଉମାକାନ୍ତ ମଲ୍ଲିକ, ଶିଶୁ ରୋଗ ବିଶେଷଜ୍ଞ ଦିପକ କୁମାର ବେହେରା, ଦନ୍ତ ରୋଗ ବିଭାଗର ଅଜିତ ସାମଲ, ମଧୁବନ ଗୋଷ୍ଠିକେନ୍ଦ୍ର ଅଧିକାରୀ ସୁଧିର କୁମାର ସାହୁ ରୋଗ ନିରୁପଣ କରି ଚିକିସôା ସେବା ଯୋଗଇ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲାପାଳ ରଞ୍ଜନ କୁମାର ଦାସ, ଉଦଘାଟନ କରି ସମବେତ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବୁରୁ ସାହିକୁ ଅସନ୍ତା ଏକ ବର୍ଷ ମଧ୍ୟରେ ଏକ ଅଦର୍ଶ ଗ୍ରାମର ମର୍ଯ୍ୟଦା ମିଳିପାରିବ ବୋଲି କହିଥିଲେ । ପୁର୍ବ ପ୍ରତିଶୃତି ଅନୁଯାଇ ଜିଲାପାଳ ମିନି ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ନଡିଆଭାଙ୍ଗି ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଜିଲାପାଳ ଗ୍ରାମର କିଛି ଗରିବ ପରିବାରକୁ ଭେଟି ସେମାନଙ୍କର ଶୁଖ ଦୁଃଖ ବୁଝିଥିଲେ । ନୁଆଣିଆ କୁଡିଆଘରକୁ ଦେଖି ସେ କ୍ଷୋଭ ପ୍ରକାଶ କରିବା ସହ ଘର ଭିତରକୁ କିପରି ପ୍ରବେଶ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସେମାନଙ୍କୁ ଗମନା ଗମନର ସୁବୁଧା ପାଇଁ ଜଙ୍ଗଲ ଜମିରେ କିପରି ତୁରନ୍ତ ରାସ୍ତା କରାଯାଇପାଇରିବ ସେ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଏସିଏଫ ମନୋରଞ୍ଜନ ସ୍ୱାଇଁଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସ୍ଥାନୀୟ ସରପଂଚକୁ ଖୁବଶିଘ୍ର ପଲ୍ଲିସଭା କରି ଜିଲା ଅଫିସକୁ ପଠାଇବାକୁ କହିଥିଲେ । ସେହିପରି ୨୦୦୫ ମସିହା ପୁର୍ବରୁ ଯୋଉଁ ଆଦିବାସୀ ପରିବାର ଏଠାରେ ବସବାସ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ତାଙ୍କ ନାମକୁ ପଲିସଭାରେ ପାସକରାଇ ଘରଡିହ ଯୋଗାଇଦେବାକୁ ମଧ୍ୟ ତହସିଲ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ବୁରୁସାହିର ଅଦିବାସି ମାନଙ୍କର ଅର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ ସେମାନଙ୍କୁ କିପରି ଅର୍ଥôକ ଦୃଷ୍ଟିରୁ ମଜବୁତ କରାଯାଇପାରିବ ସେଥିପ୍ରତି ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସର୍ବପରି ଆସନ୍ତା ଏକ ବର୍ଷ ମଧ୍ୟରେ ବୁରୁସାହି ଏକ ଅଦର୍ଶ ଗ୍ରାମର ମାନ୍ୟତା ପାଇବ ବୋଲି ସେ ଆସ୍ୱାସନା ଦେଇଥିଲେ । ସେହିପରି ସାମ୍ବାଦିକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ୫୩ ଜାତୀୟ ରାଜପଥ ପ୍ରସସ୍ଥିକରଣ କାମ ଖୁବ ଶିଘ୍ର ଅରମ୍ଭ କରାଯିବ ବୋଲି ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହିତ ଅଲୋଚନା ଚୁଡାନ୍ତ ହୋଇଥିବା ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସମେତ ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲା ପ୍ରକଳ୍ପ ନିଦେ୍ର୍ଦଶକ ମନୋଜ କୁମାର ବେହେରା, ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି, ଜିଲା ରେଡକ୍ରସ ସୋସାଇଟିର ସମ୍ପାଦକ କୁଳମଣି ନାୟକ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ରାଜସ୍ୱ ସହାୟକ ଗଙ୍ଗାଧର ଜେନା, ଡିଦବ୍ଲ୍ୟୁଓ ଚେତନା ସେଠି, ଡିପିଓ ଅଶୋକ କୁମାର ସେଠି, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଜିଲା ମୁଖ୍ୟ ଚିକିସôାଧିକାରୀ ରଶ୍ମି ପ୍ରକାଶ ଶତପଥ, ଏଡିଏମ କାହ୍ନୁ ଚରଣ ନାୟକ, ଅତରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ବ୍ଲକ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ସ୍ୱାଇଁ, ଅତିରିକ୍ତ ବିଡିଓ ହେମନ୍ତ କୁମାର ସ୍ୱାଇଁ, ସିଡିପିଓ ପଦ୍ମଜା କାନୁନଗୋ, ରାଜସ୍ୱ ନିରିକ୍ଷକ ସୁଶାନ୍ତ କୁମାର ସ୍ୱାଇଁ, ସ୍ଥାନୀୟ ସରପଂଚ ଜ୍ୱୋର୍ତିମୟୀ ସେଠୀ ଙ୍କ ସହ ସମସ୍ଥ ସରକାରୀ ପଦାଧିକାରୀ ଓ ସ୍ୱେସôାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Related Posts

About The Author

Add Comment