ବୁଦ୍ଧ ଗୋସ୍ୱାମୀ ଯାଦବ କମିଟିର ଲାଉଡି  ମହୋତ୍ସବ; ଆମ ସଂକୃତି,ପରମ୍ପରା ଓ ଇତିହାସକୁ ବଞ୍ଚାଇ ରଖିବା ଜରୁରୀ : ଇଂ.ପ୍ରଦୀପ ବେହେରା

Spread the love
  •  
  •  
  •  
  •  
  •  
କଟକ – କଟକ ଜିଲ୍ଲା ଫକୀରପଡା ଗ୍ରାମରେ ବୁଦ୍ଧ ଗୋସ୍ୱାମୀ ଯାଦବ କମିଟି ପକ୍ଷରୁ ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଲଉଡି ମହୋତ୍ସବରେ ପାଖାପାଖି ଦଶରୁ ଉର୍ଦ୍ଧ୍ବ ଲଉଡ଼ି ଗୋଷ୍ଠି ଭାଗ ନେଇଥିଲେ । ଏହି ନିଆରା ଲଉଡି ଖେଳ ଦେଖିବା ପାଇଁ ଆଖପାଖ ଗ୍ରାମର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ସରସ୍ୱତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ  ମୁଖ୍ୟ ଅତିଥିଭାବେ ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ ବେହେରା ଓ ସମ୍ମାନିୟ  ଅତିଥିଭାବେ ବିନୋଦ ବେହେରା,ଚିତ୍ତ ରଞ୍ଜନ ବେହେରା,ସମର ବେହେରା ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଏହି ଯାଦବ ସଂକୃତିର ପୁନରୁଦ୍ଧାର ଓ ମହାନତା ସମ୍ପର୍କରେ ଆଲୋକପାତ କରିବାସହ ବୁଦ୍ଧ ଗୋସ୍ୱାମୀ ଯାଦବ କମିଟିର ଏହି ନିଆରା ପଦକ୍ଷେପକୁ ଭୂୟସୀ ପ୍ରସଂଶା କରିଥିଲେ । ଏହି ଲଉଡି ମହୋତ୍ସବରେ ରାଧା ମାଧବ ଲଉଡି ସଂଘ,ମା ବରୁଣେଇ ଯାଦବ ସଂଘ,ସିଦ୍ଧ ଖଣ୍ଡୁଆଳି ଲଉଡି ସଂଘ,ସିମିଳି ଗୋଶାଇଁ ଲଉଡି ସଂଘର ଲଉଡି ଖେଳ ଅତି ଉଞ୍ଚ କୋଟିର ଥିଲା । ଏହି ଲଉଡି ମହୋତ୍ସବକୁ କମିଟି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ନାୟକ,ସନାତନ ବେହେରା,ସଞ୍ଜୟ କୁମାର ବେହେରା,ମନୋଜ କୁମାର ବେହେରା,କୃଷ୍ଣଚନ୍ଦ୍ର ନାୟକ ଓ ବିଜୟ ବେହେରା ଆଦିବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Related Posts

About The Author

Add Comment