ସରକାରୀ ଯୋଜନାକୁ ଚାହିଁ ରହିଛନ୍ତି ବାସହୀନ ତ୍ରିନାଥ ଓ ସତ୍ୟ

Spread the love
  •  
  •  
  •  
  •  
  •  

ହିଞ୍ଜିଳିକାଟୁ ୨୪/୧୦(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ହିଞ୍ଜିଳି ବ୍ଳକ ଅନ୍ତର୍ଗତ ରାଳବ ପଂଚାୟତରେ ଏକ ଦିଗହରା, ବେସାହରା ଅଭାବି ପରିବାର ଘଟଣା ଘଟିଛି ।ସ୍ତ୍ରୀ ସତ୍ଯ ପୋଲାଇ ପକ୍ଷଘାତ ରୋଗରେ ପିଡୀତ ହୋଇ ସମ୍ପୂର୍ଣ୍ଣ ଶଯ୍ଯାଶାୟୀ ବେଳକୁ ପୁଅ ଓ ଝିଅ ନଥିବା  ଭଡାରେ ରହିଆସୁଥିବା ତ୍ରିନାଥ ଚିନ୍ତାରେ ରହିଛନ୍ତି । ଦିଗହରା  ବାସହୀନ ଅସହାୟ ତ୍ରିନାଥ ପୋଲାଇ ଓ ସତ୍ଯ ପୋଲାଇ ଆଲପୁର ଗ୍ରାମରେ ପ୍ରାୟ୧୫ବର୍ଷ ହେଲା ବାସହୀନ ହୋଇ ଭଡାଘରେ ରହିଆସୁଛନ୍ତି ତ୍ରିନାଥ ପୋଲାଇକଂ ବୟାନ ଏହାଯେ ପ୍ରାୟ ୧ ମାସ ହେଲା ସ୍ତ୍ରୀ ସତ୍ୟ କଂ ଦୁଃଖରେ ଦୁଃଖୀ ହୋଇ ନିଜର ସମସ୍ୟା ସରକାରୀ ସ୍ତରରେ କିମ୍ବା ଜନସାଧାରଣଙ୍କ ସହାୟତାରେ ଶ୍ରୀମତି ସତ୍ୟ ପୋଲାଇକଂ ଚିକିତ୍ସା ହୋଇପାରିଲେ ବହୁତ ଆନନ୍ଦରେ ଅଭାବି ର ମନରୁ ଟିକିଏ ଦୁଃଖ ଲାଘବ ହୋଇପାରିବ ବୋଲି ବାର୍ତ୍ତା ଦେଇଥିଲେ । ସୂଚନା ପ୍ରକାରେ ଆଲପୁର ଗାଁରେ ବୟସ୬୦ ତ୍ରିନାଥ ପୋଲାଇ ଓ ସ୍ତ୍ରୀ ୬୫ ବୟସ ସତ୍ୟ ପୋଲାଇ ଆଜକୁ ପ୍ରାୟ୧୫ବର୍ଷ ହେଲା ଭୂମିଢିଅ ହିନରେ ଘରଭଡାରେ ରହିଆସୁଛନ୍ତି । ପୁଅ ଓ ଝିଅ ନିଜର ପୈତୃକ ସମ୍ପତ୍ତିକୁ ବିକ୍ରୟ କରି ବାହାଘର କରିସାରିଛନ୍ତି ।ଝିଅ ପୁଅଙ୍କ ଅବସ୍ଥା ର ମାନସିକ ଭାରସାମ୍ୟ ହରାଇଥିବାରୁ ନିଜ ନିଜର ଠିକଣା ମିଳିବା କଷ୍ଟକର ହୋଇଛି।ପାଖରେ ଥିବା ବୋହୁ ମଧ୍ୟ ନଥିବା ସ୍ଥଳରେ ନିଜର ସ୍ତ୍ରୀ କୁ ନେଇ ଆଖପାଖ ଅଞ୍ଚଳରେ ମୂଳଲାଗି ପରିବାର ପ୍ରତିପୋଷଣ କରୁଥିଲେ ।ଆଜକୁ ପ୍ରାୟ ୧ ମାସ ତଳେ ସ୍ତ୍ରୀ ର ପାରଲେସିସି ହୋଇଥିବାରୁ ନିଜର ଦୁଃଖ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି ବୋଲି ଅଭାବି ତ୍ରିନାଥ କହିଛନ୍ତି ।ସରକାରଙ୍କ ପକ୍ଷରୁ ଖାଦ୍ଯ ଯୋଜନାରେ ଅନ୍ତଭୁକ୍ତ ସହ ମାସିକ ବାର୍ଦ୍ଧକ୍ୟ ଭତ୍ତା ମିଳିଛି। ରହିବା ପାଇଁ ସରକାରଙ୍କ ଆବାସ ଯୋଜନା କୁ ଚାହିଁ ବସିଛନ୍ତି ।ସ୍ତ୍ରୀ ର ବାର୍ଦ୍ଧକ୍ୟ ଭତ୍ତା ପାଇଁ ପ୍ରାୟ ୨ ବର୍ଷ ହେଲା ନିକଟସ୍ଥ ପଚାଂୟତ ,ସମିତି ସଭ୍ୟ, ସରପଞ୍ଚ କୁ ବାରମ୍ବାର ଗୁହାରି କରିବା କଥା ଅଭାବି ତ୍ରିନାଥ କହିଛନ୍ତି ।ଏନେଇ ସ୍ଥାନୀୟ ଅଚଂଳରେ ଏକ ବାସହୀନ ପରିବାର କୁ ସରକାରୀ ଯୋଜନାରେ ବାସଗୃହ ଓ ସ୍ତ୍ରୀ ସତ୍ୟ ର ପକ୍ଷାଘାତ ଜନିତ ଚିକିତ୍ସା ସହ ସରକାରୀ ସ୍ତରରେ ସ୍ତ୍ରୀ ର ବାର୍ଦ୍ଧକ୍ଯ ଭତ୍ତା ପ୍ରଦାନ ନିମନ୍ତେ ଅନୁରୋଧ ଜଣାଇଛନ୍ତି ।

Related Posts

About The Author

Add Comment