ବୁଦ୍ଧଙ୍କ ଚାରିପଟେ ଲାଗିଲା ନୋ ପାର୍କିଂ ହୋଡିଂ

Spread the love

ଯାଜପୁର, ୧୭/୫ (ସନ୍ଧାନ/ମାନସ ରାଉତ) ହୀରକ ତ୍ରୀଭୂଜ ରନ୍ତଗିରି, ଉଦଗିରି, ଏବଂ ଲଳିତଗିରିକୁ ବହୁ ପ୍ରର୍ଯ୍ୟଟକ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ଦେଇ ଯାଇଥାନ୍ତି । ଏହାର ଦିଗ ଜାଣିବା ଏବଂ ପ୍ରାଚୀନ ପ୍ରର୍ଯ୍ୟଟନସ୍ଥଳୀର ଅବସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଚଣ୍ଡିଖୋଲ ଛକରେ ମଧ୍ୟସ୍ଥଳରେ ଏକ ବୁଦ୍ଧମୂର୍ତ୍ତି ସ୍ଥାପନା କରାଯାଇଛି । ହେଲେ ବର୍ଷତମାମ ଏହି ମୁର୍ତ୍ତି ଚାରିପଟେ ବିଭିନ୍ନ ରାଜନୈତିକ ଦଳ ଏବଂ ବ୍ୟକ୍ତିବିଶେଷ, ସରକାରୀ ବେସରକାରୀ ଅନୁଷ୍ଠାନ ମାନେ ବିଭିନ୍ନ ପର୍ବପର୍ବାଣୀ ସମୟରେ ତୋରଣ ଏବଂ ବ୍ୟାନର ମାନ ଲଗାଇଥାନ୍ତି ।

ଏପରକି କ୍ଷୁଦ୍ର ବ୍ୟବସାୟୀ ମାନେ ସମୟ ସମୟରେ ନିଜର ବ୍ୟବସାୟୀ ଅସ୍ଥାୟୀ ଦୋକାନ ପକାଇ ବ୍ୟବସ୍ଥାୟ କରିଥାନ୍ତି । ପ୍ରତିଦିନ ଏଠାରେ ଚାରିଚକିଆ ଯାନ ମଧ୍ୟ ପାର୍କିଂ ହୋଇଥାଏ । ଯାହା ଫଳରେ ଏଠାରେ ବିଶ୍ୱପ୍ରସିଦ୍ଧ ପ୍ରର୍ଯ୍ୟଟନ ସ୍ଥଳୀର ଅବସ୍ଥିତ ସମ୍ପର୍କରେ ବାହାରୁ ଆସୁଥିବା ଯାତ୍ରୀ ଏବଂ ପ୍ରର୍ଯ୍ୟଟକ ମାନେ ଜାଣିପାରନ୍ତି ନାହିଁ । କିଛିଦିନ ତଳେ ବଡଚଣା ପୋଲିସ ପକ୍ଷରୁ ନୋ ପାର୍କିଂ ଥିବା ହୋଡିଂ ଲଗାଯାଇ ଭଗବାନ ବୁଦ୍ଧଙ୍କୁ ସମ୍ମାନ ଜଣାଇ ଏହାର ସମ୍ମୁଖରେ ଗାଡି ପାର୍କି ନକରିବା ପାଇଁ ଏବଂ ଅଳିଆ ଅବର୍ଜନା ନପକାଇବା ପାଇଁ ନିବଦେନ କରାଯାଇଛି । ପୋଲିସର ଏଭଳି ପଦକ୍ଷେପକୁ ବୁଦ୍ଧିଜୀବି ମାନେ ପ୍ରଶଂସା କରାଯାଇଛି ।

Related Posts

About The Author

Add Comment