ବୁଢା ବାପାର ହାତ ଛାଡ଼ିଲେ ପୁଅମାନେ

Spread the love

କେନ୍ଦୁଝର ୧୨/୦୮/୨୦୨୦ (ସନ୍ଧାନ ନିଉଜ) :- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଧରୁଆପଡା ଗ୍ରାମରେ ଜଣେ ୮୭ ବର୍ଷର ବୃଦ୍ଧ ହଳଧର ମିଶ୍ରଙ୍କ ପ୍ରତି ପୁଅମାନଙ୍କ ଅବିଚାର ଘଟଣା ଏବେ ଭିନ୍ନମୋଡ଼ ନେବାରେ ଲାଗିଛି । ହଳଧରଙ୍କ ୩ ପୁଅ ଥାଇ ମଧ୍ୟ ସେମାନେ ମାନବିକତା ଦେଖାଇବା ବଦଳରେ ନିଜର କର୍ତ୍ତବ୍ୟ କରିନଥିବାରୁ ଏହି ଖବର ସନ୍ଧାନ ରେ ପ୍ରକାଶ ପାଇଥିଲା । ଉକ୍ତ ଖବରକୁ ଭିଭି କରି ମାନବିକ ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଏକ  ମାମଲା ରୁଜୁ କରିଛନ୍ତି । ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଘଟଣାର ତଦନ୍ତ କରୁଥିବା ସେଚ୍ଛାସେବୀ ଅନୁଷ୍ଠାନ ପରିବାର ସମାଧାନ କେନ୍ଦ୍ର ତଦାଶା । ପକ୍ଷରୁ ମଧ୍ୟ ଏହାର ତଦନ୍ତ ରିପୋର୍ଟ ଜିଲ୍ଲା ଆଇନସେବା ପ୍ରାଧୁକରଣଙ୍କୁ ଦିଆଯାଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଉକ୍ତ ସ୍ପର୍ଶକାତର ପ୍ରସଙ୍ଗରେ । ହସ୍ତକ୍ଷେପ କରି ମାମଲାକୁ ଗ୍ରହଣ

କରିବା ପରେ ପୁଅମାନଙ୍କୁ ନୋଟିସ ଜାରି କରିଛନ୍ତି ଆସନ୍ତା ବୁଧବାର ଦିନ ୩ ପୁଅ ଅଦାଲତରେ ଉପସ୍ଥିତ ରହିବାକୁ ଅଦାଲତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବୃଦ୍ଧ ହଳଧର ମଧ୍ୟ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଜାତୀୟ ମାନବିକ ଅଧିକାର କମିଶନ ନିକଟରେ ମାନବିକ ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ ଏକ ଅଭିଯୋଗ କରିଛନ୍ତି ଯେ, ସନ୍ଧାନରେ ପ୍ରକାଶିତ ଖବର ଏକ ହୃଦୟସ୍ପର୍ଶୀ ଘଟଣା ୮୭ ବର୍ଷର ବୃଦ୍ଧ ହଳଧର ମିଶ୍ରଙ୍କର ୩ ପୁଅ ଓ ୩ ଝିଅ ଥାଇ ମଧ୍ୟ ଅତି ଦୟନୀୟ ଭାବେ ଜୀବନ ବିତାଉଛନ୍ତି । କୌଣସି ପୁଅ ତାଙ୍କର ଅନ୍ତିମ ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ନେଉନଥିବା ଉଦ୍‌ବେଗର ବିଷୟ । ବୃଦ୍ଧ ଜଣଙ୍କ ମଧ୍ୟ ମଧୁମେହ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ । ପୁଅମାନେ ମଧ୍ୟ ତାଙ୍କର ଉପଯୁକ୍ତ ଚିକିତ୍ସା ନେଉନାହାନ୍ତି । ତେଣୁ ମାସିକ ୧୫ ହଜାର ଟଙ୍କା ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରଦାନ କରିବାକୁ ସେ ଆବେଦନ କରିଛନ୍ତି । ଏହାବ୍ୟତୀତ ବାପାଙ୍କ ଦାୟିତ୍ବ ତୁଲାଇବାକୁ ଆଇନଗତ ବ୍ୟବସ୍ଥା । ଅନୁଯାୟୀ ପୁଅମାନଙ୍କର କର୍ଭବ୍ୟ ” ରହିଥିବାରୁ ଜିଲ୍ଲା ପୁଲିସକୁ ଏଥିନେଇ ନିର୍ଦ୍ଦେଶ ଦେବାକୁ ହିମାଂଶୁ ଜାତୀୟ ମାନବିକ ଅଧିକାରୀ କମିଶନ ହସ୍ତକ୍ଷେପ କରିବାକୁ ଆବେଦନ କରିଛନ୍ତି ।

          ଏଥିସହିତ ହଳଧରଙ୍କ ସାନବୋହୁ ଅମିତା ଦାଶ ପରିବାର ସମାଧାନ କେନ୍ଦ୍ର ତଦାଶାରେ ପାରିବାରିକ ବିବାଦର ସମାଧାନ ପାଇଁ ଗତ ମାର୍ଚ୍ଚ ୨ ତାରିଖରେ ଆବେଦନ କରିଥିଲେ । ତଦାଶା ପକ୍ଷରୁ ଗତ ଜୁଲାଇମାସ ୬ ତାରିଖ ପରାମର୍ଶଦାତା ବିନୋଦ ବିହାରୀ ରାଉତ ଓ ଗୀତାରାଣୀ ଦେବତା ଘଟଣାସ୍ଥଳ ପରିଦର୍ଶନ କରିବାକୁ ଯାଇଥିଲେ । ୩ ପୁଅକୁ ମଧ୍ୟ ସେମାନେ ନୋଟିସ୍ ଦେଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମାତ୍ର ପୁଅମାନେ ପରିବାର ସମାଧାନ କେନ୍ଦ୍ର ନିକଟରେ ପ୍ରତିଶ୍ରୁତି ଦେଇ ବାପାଙ୍କ ଦାୟିତ୍ଵକୁ ବୁଝିନଥିଲେ । ଖବର ପ୍ରକାଶ ପାଇବା ପରେ ତଦାଶା ପକ୍ଷରୁ ଉକ୍ତ ମାମଲାର ସବିଶେଷ ରିପୋର୍ଟ ଜିଲ୍ଲା ଆଇନସେବା ପ୍ରାଧିକାରଣକୁ ପ୍ରଦାନ କରି ଅଦାଲତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ଉକ୍ତ ମାମଲାକୁ ଗ୍ରହଣ କରି ସୋମବାର ୩ ପୁଅକୁ ନୋଟିସ୍ ଜାରି କରିଛନ୍ତି ବୁଧବାର ଦିନ ପୁଅମାନେ ଅଦାଲତରେ ଉପସ୍ଥିତ ରହି ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

Related Posts

About The Author

Add Comment