ବିହାର: ଗଛରେ ପିଟି ହୋଇ ପୋଖରୀକୁ ଖସିପଡିଲା କାର, ୬ ଶିଶୁ ମୃତ

Spread the love
  • 13
    Shares

ପାଟନା (ସନ୍ଧାନ ନିୟୁଜ) : ବିହାରର ଅରାରିଆ ଜିଲା ତାରାବାଡ଼ି ଥାନା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ଏକ କାର ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ପୋଖରୀରେ ଖସିପଡ଼ିଥିଲା। କାରରେ ଥିବା ୬ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଚିକନି ଗ୍ରାମର ଏକ ବିବାହ ଉତ୍ସବରେ ଯୋଗଦେଇ କେତେକ ଲୋକ ବୋଂଶୀ ଥାନା ଅଧୀନ ଡୋରିୟାରି ଗ୍ରାମକୁ ଫେରୁଥିଲେ। ବାଟରେ ତାରାବାଡ଼ି ଥାନା ଅଧୀନ ଦଭରା ଗ୍ରାମ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ପାଖରେ ଥିବା ଏକ ପୋଖରୀ ମଧ୍ୟରେ ଯାଇ ପଡିଥିଲା। ପୁଲିସ୍‍ ସୂଚନା ଅନୁସାରେ ଏହି କାରରେ କେବଳ ଶିଶୁ ଥିଲେ। ସେମାନଙ୍କ ବୟସ ୮ରୁ ୧୨ ବର୍ଷ ମଧ୍ୟରେ ହେବ। ଘଟଣାସ୍ଥଳରେ ୬ ଶିଶୁଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି।

  • 13
    Shares

Related Posts

About The Author

Add Comment