ସୁନ୍ଦରଗଡ ତା:୩/୯/୨୦୨୧ ( ସନ୍ଧାନ ନିଉଜ /ରାଜୁ ପଟେଲ ) ତଲସରା ଥାନା ଅନ୍ତର୍ଗତ ତୁମଳିଆ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଏକ ଓଟକୁ ବିଷାକ୍ତ ସାପ କାମୁଡ଼ିବାରୁ ମୃତ୍ୟୁ ଘଟିଛି ।ତା ଶବକୁ ଉଦ୍ଧାର କରି ପୋତିଦେଇଥିବା ଜଣାପଡିଛି । ଓଟ ରଖି ପେଟ ପୋଷୁଥିବା ଏକ ସମ୍ପ୍ରଦାୟର ଚାରିଜଣ ଯୁବକ ଗତ ୨୮ ତାରିଖ ଦିନ ଚାରୋଟି ଓଟ ଧରି ବନାରସ ରୁ ପୁରୀ ଅଭିମୁଖେ ବାହାରିଥିଲେ । ଗତକାଲି ତୁମଳିଆ ଗ୍ରାମରେ ରାତ୍ରି ହେବାପରେ ସେମାନେ ଉକ୍ତ ତୁମଳିଆ ଖେଳପଡ଼ିଆରେ ରାତ୍ରି ଯାପନ କରିଥିଲେ । ଚାରୋଟି ଓଟ ମଧ୍ୟରୁ ଗୋଟିଏ
ଓଟକୁ ଏକ ବିଷାକ୍ତ ସାଓ କାମୁଡ଼ିବାରୁ ଛଟପଟ ହୋଇ ତାର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅଞ୍ଚକରେ ଶୋକର ଛାୟା ଖେଳିବା ସହିତ ଆଉ ତିନୋଟି ଓଟ ଆଖିରୁ ଲୁହ ଝରୁଥିବା ଦେଖୁବାକୁ ମିଳିଥିଲା ।
ବିଷାକ୍ତ ସାପ କାମୁଡ଼ାରେ ତୁମଳିଆ ଖେଳ ପଡ଼ିଆରେ ଓଟର ମୃତ୍ୟୁ
|
September 5, 2021 |