ବିଜେପି ବିଧାୟକ ପ୍ରାର୍ଥୀ ଏବଂ ତାଙ୍କର ୧୫ ସମର୍ଥକଙ୍କୁ ଅଟକ ରଖି ଛାଡିଲା ପୋଲିସ
ବିଜେପି ବିଧାୟକ ପ୍ରାର୍ଥୀ ଏବଂ ତାଙ୍କର ୧୫ ସମର୍ଥକଙ୍କୁ ଅଟକ ରଖି ଛାଡିଲା ପୋଲିସ
Manas Kumar Rout |
April 30, 2019 |
ଯାଜପୁର,୩୦/୪ (ସନ୍ଧାନ ନିୟୁଜ) ଯାଜପୁର: ବଡ଼ଚଣା ପୁଲିସ ବିଜେଡି ନେତା ଗଣେଶ୍ୱର ବରାଳ ରମାକାନ୍ତ ରାଉତ ତାଙ୍କୁ ଧମକଚମକ ଦେଇଥିବା ନେଇ ବଡ଼ଚଣା ଥାନାରେ ଏତଲା ଆଧାରରେ ପୁଲିସ ବଡଚଣା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ଓ ତାଙ୍କର ୧୫ ଜଣ ସମର୍ଥକଙ୍କୁ ଗିରଫ କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବଡ଼ଚଣା ପୁଲିସ ବଡଚଣାର ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ, ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ରମାକାନ୍ତ ରାଉତ ଓ ସେମାନଙ୍କର ୧୫ ଜଣ ସମର୍ଥକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ସେମାନଙ୍କୁ କୁଆଖିଆ ଥାନାରେ ରଖାଯାଇଛି।ପରେ ଦିନ ୧୧ଟା ବେଳେ ଅଟକ ରଖିଥିବ ଶ୍ରୀ ନାୟକ ଏବଂଗ ଅନ୍ୟମାନଙ୍କୁ ପୋଲିସ ଛାଡିଦେଇଥିବା ଜଣ ପଡିଛି | ଅଭିଯୋଗ ଅନୁଯାୟୀ ବଡଚଣା ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ରମାକାନ୍ତ ରାଉତଙ୍କୁ ବଡଚଣା ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ ଆକ୍ରମଣ କରିଥିଲେ।ଗଣେଶ୍ୱର ବରାଳଙ୍କୁ ଗିରଫ କରିବା ଦାବିରେ ଅମର ନାୟକ ଓ ରମାକାନ୍ତ ରାଉତଙ୍କ ନେତୃତ୍ୱରେ ସେମାନଙ୍କର ସମର୍ଥକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ।

Related Posts
About The Author