ବିଜେପି ପକ୍ଷରୁ ସବଡେଗା ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ସମ୍ମାନୀତ

Spread the love

ସୁନ୍ଦରଗଡ ତା:୨୩/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ସବଡେଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଗ୍ରଣୀ ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ବିଜେପି ପକ୍ଷରୁ ପୁଷ୍ପଗୁଛ ସହ ସମ୍ମାନିତ କରାଯାଇଛି । ସବଡେଗା ବ୍ଲକରେ ଦଳୀୟ ସଭାପତି ସୁଜିତ କୁମାର ପଟେଲଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ଯୋଗଦେଇ ପ୍ରାଥମିକ
ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସଦସ୍ୟ ସହ ଆଶାକର୍ମୀମାନଙ୍କୁ ସମ୍ମାନିତ କରିଥିଲେ । ଏହି କରୋନା ଯୋଦ୍ଧାଙ୍କ ସାହସିକତା ବଳରେ ଆଜି ସମସ୍ତ ଭାରତ ବର୍ଷରେ ଶହେ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କରୋନା ଟୀକା ସମ୍ପନ୍ନ ହୋଇପାରିଛି ବୋଲି ବିଧାୟକ କହିଛନ୍ତି । ଏହା କେନ୍ଦ୍ର ସରକାର ଓ
ଜନସାଧାରଣଙ୍କ ସହଯୋଗରେ ହୋଇପାରିଛି ବୋଲି ବିଧାୟକ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକର କର୍ମଚାରୀ ସହ ବିଜେପିର ସ୍ଥାନୀୟ ସଦସ୍ୟ ଉପସ୍ଥିତ ଥିଲେ ।

Related Posts

About The Author

Add Comment