ବିଜେପି ଓ କଂଗ୍ରେସକୁ ନିର୍ବାଚନ କମିଶନଙ୍କ କଡା ଚେତାବନୀ

Spread the love

ନୂଆଦିଲ୍ଲୀ/ସନ୍ଧାନ ନିୟୁଜ: ବିବାଦୀୟ ଭାଷଣକୁ ନେଇ ନିର୍ବାଚନ କମିଶନଙ୍କ ଅସନ୍ତୋଷ । କ୍ଷମତାସୀନ ବିଜେପି ଓ ଦେଶର ପ୍ରମୁଖ ବିରୋଧୀ କଂଗ୍ରେସକୁ କମିଶନ କଡ଼ା ଚେନାବନୀ ଦେଇଛନ୍ତି ନିର୍ବାଚନ କମିଶନ। ଦୁଇ ଦଳର ଷ୍ଟାର ପ୍ରଚାରକମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଥିବାରୁ ନିର୍ବାଚନ କମିଶନ ସେମାନଙ୍କୁ ତାଗିଦ କରିଛନ୍ତି । ବିଜେପି ରାହୁଲ ଗାନ୍ଧିଙ୍କ ବିରୋଧରେ ଓ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକାଧିକ ଅଭିଯୋଗ କମିଶନରେ କରିଥିଲା । ଏହାପରେ କମିଶନଙ୍କ ନୋଟିସ ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ କରି ସେମାନଙ୍କର ଷ୍ଟାର ପ୍ରଚାରକମାନଙ୍କୁ ସୀମା ଭିତରେ ରଖିବାକୁ କହିଛନ୍ତି । ଦେଶର ସାମଜିକ ଓ ସାଂସ୍କୃତି ପରମ୍ପରା ନିର୍ବାଚନ ଯୋଗୁ ଆଘାତ ପ୍ରାପ୍ତ ହେବା କଥା ନୁହେଁ ବୋଲି କମିଶନ ମତ ରଖିଛନ୍ତି । ପ୍ରଚାର ବେଳେ ଷ୍ଟାର ପ୍ରଚାରକମାନେ ସତର୍କତା ଅବଲମ୍ବନ କରନ୍ତୁ ଓ ଯେମିତି ମର୍ଯ୍ୟାଦା ମଧ୍ୟରେ ରହିବେ, ସେଥିପାଇଁ ଦୁଇ ଦଳର ମୁଖିଆ ସେମାନଙ୍କ ଷ୍ଟାର ପ୍ରଚାରକମାନଙ୍କୁ ଜଣାନ୍ତୁ ବୋଲି କମିଶନ ପରାମର୍ଶ ଦେଇଛନ୍ତି।

Related Posts

About The Author

Add Comment