କେନ୍ଦୁଝର୦୯.୦୧:କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ଅନ୍ତର୍ଗତ ବଡ଼ବିଲ ବିକାଶ ମହଲ ଠାରେ ବିଜେଡି ପକ୍ଷରୁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ନେତୃତ୍ୱରେ ୨୬ ତମ ପ୍ରତିଷ୍ଠା ଦିବସ ଅତି ଆଡମ୍ବର ସହିତ ପାଳିତ ହୋଇଯାଇଛିବ। ଏହି ପବିତ୍ର ଦିବସରେ ଉକ୍ତ ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠି , ଯୋଡ଼ା ପୋୖରାଧକ୍ଷ୍ୟ ଜଗଦୀଶ ପ୍ରସାଦ ସାହୁ , ବଡ଼ବିଲ ପୋୖରାଧକ୍ଷ୍ୟ ଲକ୍ଷ୍ମଣ ମହାନ୍ତ ( ଲାଲଟୁ ଭାଇ ) ଯୋଡାବ୍ଲକ ଅଧକ୍ଷକବିନ୍ଦ୍ରନାୟକଜିଲ୍ଲା ବିଜେଡି ସଭାପତି ମାଧବ ସରଦାର ପ୍ରମୁଖ ମଞ୍ଚ।ସିନ ଥିବା ଦିଖିବାକୁ ମିଳିଛି । ଏଥିସହିତ ଯୋଡ଼ା ବଡ଼ବିଲ ଅଂଚଳର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହିତ ଅତିଥି ମାନଙ୍କର ଅଭିଭାଷଣ ଶୁଣିଥିଲେ । ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ବାର୍ତା କୁ ମନେ ପକାଇ ଯୋଡ଼ା ବଡ଼ବିଲ ଅଂଚଳର ବିକାଶ ତଥା ମାକୁ ସମ୍ମାନ ଓ ଗାଁକୁ ରାସ୍ତା ପରିପ୍ରେକ୍ଷୀରେ କାମ କରିବା ଆମର ମୂଳ ଲକ୍ଷ ବୋଲି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ କହିଥିଲେ । ଖଣି ପ୍ରଭାବିତ ଅଂଚଳର ବିକାଶ ପାଇଁ ଓ ସମସ୍ତ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଆମର ମୂଳ ଲକ୍ଷ ବୋଲି ବିଧାୟିକା କହିଥିଲେ । ଲୋକମାନଙ୍କର ସୁଖଦୁଃଖର ସାଥି ହୋଇ ସମସ୍ତଙ୍କର ମନ ନେଇ କାମ କରିବା ସହିତ ନବୀନ ବାବୁଙ୍କ ହାତମୁଠା ଟାଣ କରିବାକୁ ଯୋଡ଼ା ପୋୖରାଧକ୍ଷ୍ୟ ଜଗଦୀଶ ପ୍ରସାଦ ସାହୁ ଆହ୍ୱାନ ଦେଇଥିଲେ । ସରକାରଙ୍କ ଦ୍ବାରା ପରିଚାଳିତ ଜନ ମଙ୍ଗଳାକାରୀ ଯୋଜନା ଗୁଡିକୁ ଲୋକାଭିମୁଖୀ କରାଇବା ସହିତ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠି ତାଙ୍କ ଅଭିଭାଷଣରେ କହିଥିଲେ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଦଳକୁ ବହୁ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିବା ସହିତ ବିକାଶର ଧାରାକୁ ଆଗେଇ ନେବାକୁ ବଡ଼ବିଲ ପୋୖରାଧକ୍ଷ୍ୟ ଲକ୍ଷ୍ମଣ ମହାନ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସୁଶାନ୍ତ କୁମାର ବାରିକ୍ ନିରଞ୍ଜନ ବଇଦାର୍ ହୃଶିକେସ୍ ଜେନା ସଞ୍ଜୀବ ଆପଟ ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ଟିକୁ ରଞ୍ଜିତ ବାରିକଙ୍କ ସୁନ୍ଦର ଭାବେ ଉପସ୍ଥାପନା ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।
ବିଜେଡି ପକ୍ଷରୁ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ
|
January 9, 2023 |
