ଯାଜପୁର: ୦୬/୧୨ (ସନ୍ଧାନ ନିଉଜ):ଯାଜପୁର ବ୍ଲକ ଅନ୍ତର୍ଗଭ ଭୂଇଁପୁର ପଞ୍ଚାୟତ ମଲପଡ଼ା ଗ୍ରାମର ବରିଷ୍ଠ କଳାକାର ଯାଜପୁର ବ୍ଳକ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ହୃଦ୍ଘାତରେ ପରଲୋକ ହୋଇଯାଇଛି। ଆଜି ସକାଳ ଆଠଟାରେ ତାଙ୍କ ଗ୍ରାମ ମଲପଡ଼ା ଠାରେ ଶହ ଶହ କଳାକାରଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ କରାଯାଇଛି। ସେ ଜଣେ ପରୋପକାରୀ ସମାଜସେବୀ ଓ ବରିଷ୍ଠ କଳାକାର ସଂଗୀତ ସୁଧାଙ୍କ ମୃତ୍ୟୁ ଖବର ପାଇ ବିଜେଡ଼ି ସାଂସ୍କୃତି ସମନ୍ୱୟସମ୍ମୁଖ୍ୟ ଯାଜପୁର ଜିଲ୍ଲା ସଂଯୋଜକ ହରିହର ସ୍ୱାଇଁ ବରିଷ୍ଠ କଳାକାର ପରେଶ ମହାନ୍ତି, ସଂଗୀତ ନିର୍ଦ୍ଦେଶକ କାହ୍ନୁ, ଉପେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି। ଖବର ପାଇ ବିଜେଡ଼ି ସାଂସ୍କୃତିକ ସମନ୍ୱୟ ରାଜ୍ୟ ସଂଯୋଜକ ପ୍ରବୀର କୁମାର ମହାନ୍ତି, ରାଜ୍ୟ ଆବାହକ ରବି ନାରାୟଣ ନନ୍ଦ, ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ଅମର ନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କର ପୁଅ ମୁଖାଗ୍ନି ଦେଇଛନ୍ତି
ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ବ୍ଲକ ସଂଯୋଜକଙ୍କ ପରଲୋକ
|
December 7, 2024 |