ଭୁବନେଶ୍ଵର,୧୮/୦୪ (ସନ୍ଧାନ ନିଉଜ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସରେ ବିଧାୟକ ସୁଶାନ୍ତ କୁମାର ରାଉତ ଏକ ମହତ କାର୍ଯ୍ୟ ପାଇଁ ଯୁବନେତାମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି। ତାଙ୍କ ସହାୟତାରେ ଯୁବନେତା ପ୍ରକାଶ ତ୍ରିପାଠୀ ନେତୃତ୍ୱ ନେଇ ଭିଏସସନଗର ଅଞ୍ଚଳରେ ବିଏମସି ସଫେଇ କର୍ମଚାରୀମାନଙ୍କୁ କୋରୋନା ସମ୍ପର୍କରେ ସଚେତନ କରିଛନ୍ତି। ଏହି ଅବସରରେ ସେମାନଙ୍କୁ ମାସ୍କ, ସାବୁନ ଓ ବିସ୍କୁଟ ପ୍ରଦାନ କରାଯାଇଛି।
ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ଯୁବନେତା ବାଣ୍ଟିଲେ ମାସ୍କ ଓ ସାବୁନ
|
April 18, 2020 |