ବିଜୁ ପକ୍କାଘର ପାଇଁ ଲାଞ୍ଚ: ଭିଜିଲାନ୍ସ ଜାଲରେ ଜିଆରଏସ୍

Spread the love
  •  
  •  
  •  
  •  
  •  

ବାଲେଶ୍ବର, ୦୮.୦୧.୨୦୨୧( ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବିଜୁ ପକ୍କା ଘର ଯୋଜନାରେ ଜଣେ ହିତାଧିକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ଵର ରେମୁଣା ବ୍ଲକ ଦୁର୍ଗାଦେବୀ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍) ହେମନ୍ତ କୁମାର ପଢ଼ିଆରୀ । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ରେମୁଣାସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରିଛି। ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସନ୍ତୋଷ ମିଶ୍ରଙ୍କ ସୂଚନା ମୁତାବକ, ହିତାଧିକାରୀଙ୍କଠାରୁ ଜିଆରଏସ୍ ଶ୍ରୀ ପଢ଼ିଆରୀ ଲାଞ୍ଚ ନେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥିଲା । ତେଣୁ ହେମରଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା ଭିଜିଲାନ୍ସା। ଆଜି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ନାମକ ଜଣେ ଆବାସ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ପାଇଁ ଶ୍ରୀ ପଢ଼ିଆରୀ ତାଙ୍କ ୱେଲଫି ଦୋକାନକୁ ଯାଇଥିଲେ । ଖବର ପାଇବା ପରେ ଡିଏସ୍‌ପି ଏସ୍କେ ସାମନ୍ତରାୟ, ଇନ୍ସପେକ୍ଟର ଡିକେ ନାୟକ, ସିକନ୍ଦର ହେମ୍ରମ ପ୍ରମୁଖ ସେଠାରେ ଚଢ଼ଉ କରି ତାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲେ । ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଜେରା କରାଯାଇଥିଲା। ଏ ନେଇ କେସ୍ ନଂ-୨ରେ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି।

Related Posts

About The Author

Add Comment