ଶଙ୍ଖ ଭବନ ରେ ବିଜୁ ଜନତା ଦଳ ରେ ଯୋଗ ଦେଇ ନବୀନ ବାବୁ ଙ୍କ ପାଦ ଛୁଇଁ ଆଶିଷ ନେବା ପରେ ଜଗନ୍ନାଥ ମହାପ୍ରଭୁ ଙ୍କ ଆଶିଷ ପ୍ରାପ୍ତ କରିବା ପାଇଁ ପୁରୀ ରେ ପହଞ୍ଚି ଥିଲେ ସୁଜାତା ରାଉତ କାର୍ତ୍ତିକେୟ। ପୁରୀ ରେ ପହଞ୍ଚିବା ପରେ ତାଙ୍କୁ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ମାନେ ସ୍ବାଗତ କରିଥଲେ। ପୁର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ପୁରୀ ଜିଲ୍ଲାର ବିଜୁ ଜନତା ଦଳର ସଭାପତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତ ରହି ସୁଜାତା ରାଉତ ଙ୍କୁ ସ୍ବାଗତ ଜଣାଇବା ସହିତ ନବୀନ ଜିନ୍ଦାବାଦ ଧ୍ଵନୀ ରେ ପୁରୀ ବଡ ଦାଣ୍ଡ କମ୍ପି ଉଠିଥିଲା। ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କୁ ସୁଜାତା କହି ଥିଲେ ମୁଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ନେବା ପାଇଁ ଆସିଥିଲି। କୌଣସି ରାଜନୀତି କରିବାକୁ ଆସିନାହିଁ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୂଜୁ ସନ୍ଧାନ।
ବିଜୁ ଜନତା ଦଳ ରେ ଯୋଗ ଦେବା ପରେ ଜଗନ୍ନାଥ ମହାପ୍ରଭୁ ଙ୍କ ଦର୍ଶନ କଲେ ସୁଜାତା ରାଉତ କାର୍ତ୍ତିକେୟ
|
June 28, 2026 |



