ବିଜାତଳା ଓ ସାରସକଣାକୁ ସଂଯୋଗ କରୁଥିବା ଭେଜିଡିହି – ଶଙ୍ଖାଭଙ୍ଗା ରାସ୍ତା ନିର୍ମାଣ ଦାବି  

Spread the love
  •  
  •  
  •  
  •  
  •  

ବାରିପଦା ୫/୮ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ଓ ସାରସକଣା ବ୍ଲକକୁ ସଂଯୋଗ କରୁଥିବା ଭେଜିଡିହି ଶଙ୍ଖାଭଙ୍ଗା  ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି। ପ୍ରାୟ ୧ କିଲୋମିଟର ରାସ୍ତା ନିର୍ମାଣ ହେଲେ ଏହି ଦୁଇ ବ୍ଲକ ସମେତ ବାମନଘାଟି ଉପଖଣ୍ଡର ବିଭିନ୍ନ ଅଂଚଳରୁ ସାସରକଣା ବ୍ଲକ ସହିତ ଗମନାଗମନର ଯଥେଷ୍ଟ ସୁବିଧା ହୋଇ ପାରିବ । ଏହି ରାସ୍ତା ଅର୍ଥାତ ବିଜାତଳା ବ୍ଳକରୁ ଭାୟା ପାଟପୁର, ସରଗଡା ଦେଇ ସାରସକଣାକୁ ମାତ୍ର ୨୦ କିଲୋମିଟର ହେବ । କିନ୍ତୁ ଲୋକେ ବୁଲା ବାଟ ଦେଇ ସାରସକଣାକୁ ଭାୟା ବାଙ୍ଗିରିପୋଷି, ବମ୍ବେ, ଛକ ଦେଇ ପ୍ରାୟ ୩୦-୪୦ କିଲୋମିଟର ରାସ୍ତା ଅଧିକ ଅତିକ୍ରମ କରିବା ପାଇଁ ପଡୁଛି । ଯାହା ଦ୍ଵାରା ଲୋକେ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣର ସମ୍ମୁଖୀନ ହେଉଛନ୍ତି । ସେହି ରାସ୍ତା ଦେଇ ଜିଲା ମୁଖ୍ୟାଳୟ ବାରିପଦା ପାଇଁ ମଧ୍ୟ ଦୁରତା ବହୁ ପରିମାଣରେ କମିଯିବ । ବିଜାତଳା ବ୍ଳକ ସରଗଡା ଫଚାୟତ ଓ ସାରସକଣା ବ୍ଲକ ଶଙ୍ଖାଭଙ୍ଗା ଫଚାୟତ ତରଫରୁ ଭାଗ କରି ଅଧା ଅଧା ଘାଟି ରାସ୍ତା ମନରେଗା ଯୋଜନାରେ କାମ ହେଉଛି । କିଛି ସ୍ଥାନରେ ଘାଟି ରାସ୍ତାର ଉଚ୍ଚତା ଯଥେଷ୍ଟ ଅଧିକ ଥିବାରୁ ମନରେଗା କାର୍ଯ୍ୟରେ ଏହି ରାସ୍ତା ନିର୍ମାଣ ସଠିକ ଭାବେ ହୋଇ ପାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରାକ୍ତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏହି ରାସ୍ତା ପାଇଁ କିଛି ପାଣ୍ଠି ବ୍ୟବସ୍ଥା ସହିତ ଆନୁସଙ୍ଗିକ ସୁବିଧା  ଅସୁବିଧା ପଚାରି ବୁଝି ସମାଧାନ ପାଇଁ  ଉଦ୍ୟମ କରିଥିଲେ।

        ନିକଟରେ ମୟୂରଭଞ୍ଜ ସଦର ଜିଲା ବିଜେଡି ସଭାପତି କାଶୀନାଥ ହେମ୍ରମ । ରାସ୍ତା ପରିଦର୍ଶନରେ ଆସିଥିଲେ । ରାସ୍ତା ବାବଦରେ ଗ୍ରାମବାସୀଙ୍କ ସହିତ ବିଷଦ ଆଲୋଚନା ମଧ୍ୟ କରିଥିଲେ। ସେ ଲୋକଙ୍କ ସମ୍ମୁଖରେ ବାମନଘାଟି ଉପଜିଲାପାଳ ତଥା ଭାରପ୍ରାପ୍ତ ପିଏ ଆଇଟିଡିଏ ଧର୍ମାନନ୍ଦ ବେହେରାଙ୍କ ସହିତ ଏହି ରାସ୍ତା ପୂର୍ଣ୍ଣାଙ୍ଗ ପାଇଁ ଟେଲିଫୋନରେ କଥାବାର୍ତ୍ତା ହୋଇଥିଲେ । ବରିଷ୍ଠ ନେତା ଦୀପକ ମିଶ୍ର, ତୁସିଲ ହେମ୍ବ୍ରମ, ଯୁବ ନେତା ଗଣେଶ ମିଶ୍ର ଉପସ୍ଥିତ ଥିଲେ । ଗହ୍ମାପୂର୍ଣ୍ଣିମା ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ଉପଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ସମେତ ନିଜେ ସଭାପତି ଶ୍ରୀ ହେମ ଆସି ବିଭାଗ ତରଫରୁ କିଛି ପାଣ୍ଠି ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରଥମ ଥର ଉପଖଣ୍ଡର ପ୍ରଶାସନିକ ଅଧିକାରୀ ମାନେ ଏହି ରାସ୍ତା ନିରୀକ୍ଷଣ ପାଇଁ ଗସ୍ତରେ ଆସୁଥିବା ସୂଚନା ଶୁଣି ଲୋକେ ବେଶ । ଖୁସି ବ୍ୟକ୍ତ କରିଥିଲେ । ଗ୍ରାମବାସୀଙ୍କ ମଧ୍ୟରେ ରବିନ୍ଦ୍ର ମୁଣ୍ଡା, ସୁଧୀର ମୁର୍ମୁ, ଚାମ, ମୁମ୍ଭ ଦାସମାତ ମାଝା, ଲକ୍ଷ୍ମଣ ମୁର୍ମ, ଉଷାକର ମୁଣ୍ଡା, ରମେଶ ମୁଣ୍ଡା, କମଲ କୁମାର ଦାସ, ବିଶ୍ୱରଞ୍ଜନ ପ୍ରହରାଜ ପ୍ରମୁଖ ଆଲୋଚନା କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ ପାଇଁ ସରଗଡ଼ା ବିକାଶ ପରିଷଦ ତରଫରୁ ବିଭିନ୍ନ । ସମୟରେ ଧାରଣା, ଶୋଭାଯାତ୍ରା, ସ୍ମାରକ ପତ୍ର ଦିଆ ଯାଇଥିଲେ ହେଁ ବିଭାଗ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଇନଥିଲା । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Related Posts

About The Author

Add Comment