ବିଚାର ଏବଂ ଅଧ୍ୟବସାୟ ରହିଲେ ଉଚ୍ଚତମ ସ୍ତରରେ ପଂହଚି ହେବ: ଉମାକାନ୍ତ ମହାପାତ୍ରଙ୍କ ୮୫ତମ ଜୟନ୍ତୀ ପାଳିତ

Spread the love
  •  
  •  
  •  
  •  
  •  

ଯାଜପୁର, (ସନ୍ଧାନ ନିଉଜ) ଉମାକାନ୍ତ ମହାପାତ୍ରଙ୍କ ୮୫ତମ ଜୟନ୍ତୀ ପାଳିତ ବିଚାର ଏବଂ ଅଧ୍ୟବସାୟ ରହିଲେ ଉଚ୍ଚତମ ସ୍ତରରେ ପଂହଚି ହେବ ବୋଲି ଶିକ୍ଷାବିତ୍ ଏବଂ ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ୮୫ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଡି.ୟୁ. ପବ୍ଲିକ ସ୍କୁଲରେ ଅନୁଷ୍ଠତି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧର୍ମଶାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଇନ୍ଦୁପ୍ରଭା ସାମଲ ଯୋଗଦେଇ ଆଜିର ଯୁଗରେ ଉଚ୍ଚିତ ବିଚାର, ଧର୍ଯ୍ୟ ନିଷ୍ଠା ଏବଂ ଅଧ୍ୟବସାୟ ରହିଲେ ଜଣେ ସଫତଳର ର୍ଶିର୍ଷରେ ପହଂଚି ପାରିବ ବୋଲି ମତଦେଇଥିଲେ।

ଏହି ଉପଲକ୍ଷେ ପ୍ରତିବର୍ଷ ପରି ଉମାକାନ୍ତ ସ୍ତୃତି ସମ୍ମାନ ପାଇଁ ୫ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ସ୍ମୃତି ସଂସଦ ପକ୍ଷରୁ ସମ୍ମାନୀୟ କରାଯାଇଥିଲା। ଆଦର୍ଶ ଶିକ୍ଷକ ଭାବେ ବଡଚଣାର ଅବସର ପ୍ରାପ୍ତ ଶିକ୍ଷକ ତଥା ସୁଲେଖକ ନରେନ୍ଦ୍ର ପ୍ରତାପ, କଂଟିଗଡିଆର ଅବସର ପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ବିଜୟ କୁମାର କର ଶର୍ମା, କଳାଶ୍ରୀ ଗୋପାଳପୁର ଅବସରପ୍ରାପ୍ତ ଶିକ୍ଷକ ଅଜିତ ମହାନ୍ତି, ଖୋସାଲିପୁରର ଅବସରପ୍ରାପ୍ତ ଶିକ୍ଷକ ଯଚୀନ୍ଦ୍ର ଜେନାଙ୍କୁ ଚଳିତବର୍ଷ ଉମାକାନ୍ତ ସ୍କୃତି ସମ୍ମାନରେ ସମ୍ମାନୀତ କରାଯାଇ ମାନପତ୍ର ଉପଢ଼ୈକନ ଦିଆଯାଇ ସମ୍ମାନୀତ କରାଯାଇଥିଲା । ସେହିପରି ସେବକ ଜରାଶ୍ରମର ମୁଖ୍ୟ ସୁରେଶ ବିଶ୍ୱଳଙ୍କ ବୃଦ୍ଧବୃଦ୍ଧା ଏବଂ ନିରାଶ୍ରୟ ମାନଙ୍କ ସେବଯତ୍ନ ପାଇଁ ତାଙ୍କୁ ଉମାକାନ୍ତ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ଅନ୍ୱେଷଣ ପଥେ ଉମାୟନ ପୁସ୍ତକ ଲୋକାପିର୍ତ କରାଯାଇଥିଲା। ପରେ ବିଦ୍ୟାଳୟ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଅତିଥି ମାନଙ୍କ ସ୍ୱର୍ଗତ ଉମାକାନ୍ତ ମହାପାତ୍ରଙ୍କ ଫୋଟଛିତ୍ରରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଆଜିର ସଭାରେ ସ୍ମୃତି ସଂସଦର ସଭାପତି ଡାକ୍ତର ବିଜୟ କୁମାର ଶତପଥୀ ସଭାପତିତ୍ୱ କରିଥିବା ବେଳେ ସହ ସମ୍ପାଦକ ଡକ୍ଟର ବିଶ୍ୱଜିତ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ପ୍ରିୟନାଥ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳ ଡକ୍ଟର ସୁଧୀର ସାମଲ ଅତିଥି ପରିଚୟ ଉମାୟନ ଗଳ୍ପ ପୁସ୍ତକ ସମ୍ପାଦକ ଡକ୍ଟର ବିଧୁବୁଷଣ ପଣ୍ଡା ସଂକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ। ସେହିପରି ବିଦ୍ୟାଳୟର ଶିକ୍ଷୟତ୍ରୀ ଡକ୍ଟର ରାଜଶ୍ରୀ ମହାପାତ୍ର, ଗୌରୀ ସୁତାର, ମୌତ୍ରୀ ହୋତା, ପ୍ରତିମା ଧିର ପ୍ରମୁଖ ମାନପତ୍ର ପାଠ କରିଥିଲେ। ପ୍ରସନ୍ନ କୁମାର ବିଶ୍ୱାଳ, ଇ ରଂଜିତ ମହାପାତ୍ର ସମେତ ବିଦ୍ୟାଳୟ ଏବଂ ସ୍ମୃତି ସଂସଦର ସମସ୍ତ କର୍ମକର୍ତ୍ତୀ ଏଥିରେ ସହଯୋଗ କରିଥିବା ବେଳେ ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

 

 

Related Posts

About The Author

Add Comment