ସୁନ୍ଦରଗଡ଼ ତା:୩୧/୦୫/୨୦୨୫ରିଖ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ବିଗତ ତିନି ସପ୍ତାହ ହେବ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବନଡେଗା ଗ୍ରାମପଞ୍ଚାୟତ କୁବାପଡାର ଜନସାଧାରଣ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳିଛି l ଗ୍ରାମରେ ପ୍ରାୟ ୮୦ ପରିବାର ବିଦ୍ୟୁତ ଉପଭୋକ୍ତା ଥିଲା ବେଳେ ଏଠାରେ ଉଚିତ ଅନୁପାତର ଟ୍ରାନ୍ସଫୋରମର ନଥିବା ଯୋଗୁଁ ଠିକ ହିସାବରେ ବିଦ୍ୟୁତ ପରିଚଳନା ହୋଇ ପାରୁନି l ବର୍ତ୍ତମାନ ଏଠାକାର ଟ୍ରାସଫାର୍ମା ଖରାପ ହୋଇ ପଡିଛି l ବାରମ୍ବାର ବିଦ୍ୟୁତ ବିଭାଗକୁ ଦରଖାସ୍ତ କରିବା ପରେ ମଧ୍ୟ ନିଦ୍ରାରେ ଶୋଇଛି ବିଦ୍ୟୁତ ବିଭାଗ l ପ୍ରବଳ ଗରମ ସାଙ୍ଗକୁ ଅଦିନିଆ ବର୍ଷା ଯୋଗୁ ଗ୍ରାମର ଲୋକେ ବିନା ବିଦ୍ୟୁତରେ ଅତି ଅସୁବିଧାର ସଂମୁଖୀନ ହେଲେ ସୁଧା ପଶାସନ କିମ୍ବା ବିଦ୍ୟୁତ ବିଭାଗର ଏଥିପ୍ରତି କିଛି ନଜର ନପଡୁଥିବାରୁ ଗ୍ରାମବାସୀ ଆଶୋନ୍ତୋଷ ପ୍ରକାଶ କରିଛନ୍ତି , ତେବେ ଯେତେ ଶୀଘ୍ର ଏହି ଟ୍ରାସଫାର୍ମା ଲଗାଇବାକୁ ଜନସାଧାରଣ ଦାବି କରିଛନ୍ତି ନହେଲେ ବାଧ୍ୟ ହୋଇ ଗ୍ରାମବାସୀ ବିଦ୍ୟୁତ ବିଭାଗର ନିକଟସ୍ଥ ଅଫିସ ଘେରାଉ କରିବାକୁ ଯୋଜନା କରୁଛନ୍ତି l
ବିଗତ ତିନି ସପ୍ତାହ ହେବ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି (ବନଡେଗା ) କୁବାପଡାର ଗ୍ରାମବାସୀ କିନ୍ତୁ ବିଦ୍ୟୁତ ବିଭାଗ ଶୋଇଛି ନିଦ୍ରାରେ
|
May 31, 2025 |
