ଯାଜପୁର/ଧର୍ମଶାଳା ୨/୭ (ସନ୍ଧାନ ନିୟୁଜ) ବିକାଶ ଦେଖିବ ବୁରୁସାହି, ପ୍ରଶାସନିକ ସ୍ତରରେ ଏହାର ଚୁଡାନ୍ତ ପ୍ରକିୟା ଶେଷ ହୋଇଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଂଚାୟତର ବୁରୁସାହି । ଏହି ଗାଁରେ ବାସ କରନ୍ତି ଆଦିବାସି ସମ୍ପ୍ରାଦାୟର ୨୨ ପରିବାର । ଏହି ଗାଁକୁ ମିଳିବ ସରକାରୀ ସୁବିଧା ସୁଯୋଗ । ପାଲଟିବ ଆଦର୍ଶ ଗାଁ । ଏଭଳି ସୁନେଲି ସ୍ୱପ୍ନ ଦେଖାଇଛନ୍ତି ଯାଜପୁର ଜିଲା ପ୍ରଶାସନ । ବୁରୁସାହିର ସର୍ବାଙ୍ଗିନ ଉନ୍ନତି ପାଇଁ ସୋମବାର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ୍ରରେ ଏଭଳି କିଛି ବିକାଶ ପ୍ରସଙ୍ଗ ଆଲୋଚନା ହୋଇଥିଲ । ବୁରୁସାହିର ବାସ୍ତବ ସମସ୍ୟା ଉପରେ ସନ୍ଧାନ ନୁ୍ୟଜରେ ଏକ ସ୍ୱତନ୍ତ୍ର ରିପୋର୍ଟ କେତେ କହିବୁ କେତେ ଲେଖିବୁ ଆଦିବାସି ଅଧୁଷିତ ବୁରୁସାହି ପାଇଁ ର୍ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା । ଏପରକି ଅନେକ ଥର ବୁରୁସାହି ପାଇଁ ଆମ ଗଣମାଧ୍ୟମ ନିରନ୍ତର ପ୍ରୟାସ କରିବା ସହିତ ରିପୋର୍ଟ ପ୍ରକାଶ କରିଆସୁଥିଲା । ଏଥିରେ ମୁଖ୍ୟ ସମସ୍ୟ ଥିଲା ଜଙ୍ଗଲ କିସମ ଜମିରୁ ସେମାନଙ୍କ ପଟ୍ଟା ଯୋଗାଇଦେବା । ଜିଲାପାଳ ଏ ସମ୍ପର୍କରେ ସ୍ତାନୀୟ ତହସିଲଦାର ସରୋଜ କୁମାର ପଣ୍ଡା ଓ ଶିଶୁ ସୁରକ୍ଷା ଅଧରକାରୀଙ୍କ ଠାରୁ ତଥ୍ୟ ସଗ୍ରହ କରିବା ପରେ ବୈଠକରେ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ସେ ବିଷୟରେ ତଥ୍ୟ ଦେବାକୁ ଯାଇ ସେ କହିଥିଲେ ବୁରୁସାହିରେ ୨୨ଟି ପରିବାର ୫୬ଜଣ ଲୋକ ସେଠାରେ ବାସ କରୁଛନ୍ତି । ୫୬ଜଣଙ୍କ ମଧ୍ୟରୁ ୩୩ଜଣ ଙ୍କର ଆଧାର ସଂଯୋଗ ହଇଛି । ଏବଂ ୧୯ଜଣକୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି । ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ୨୭ ପିଲା ରହୁଛନ୍ତି । ସେମାନଙ୍କ ପାଇଁ ଏକ ମିନି ଅଙ୍ଗନ ବାଡି କେନ୍ଦ୍ର କାର୍ଯ୍ୟ କରୁଛି । ଏକ ଡାକ୍ତରି ଦଳ ନିୟମିତ ସେଠାରେ ଚିକିସôା ସୁବିଧା ଯୋଗାଇ ଦେଉଛନ୍ତି । ସେହି ଗ୍ରାମକୁ ଗମନାଗମନର ସୁବିଧା ନଥିବାରୁ ସେଠାରେ ସଡକ ନିର୍ମାଣ ଉପରେ ସରକାର ଯୁଦ୍ଧ କାଳୀନ ଭିତିରେ କାର୍ଯ୍ୟ କରିବାକୁ ଜିଲାପାଳ ବୈଠକରେ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗାଁର ପ୍ରତେକ ପରିବାରକୁ ଜଙ୍ଗଲ ଜମିକୁ ଏପ.ଆରସି ମାଧ୍ୟମରେ ଘରଡିହ ଯୋଗଇ ଦିଆଯିବାର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ପାନୀୟ ଜଳ ଯୋଗାଣର ସୁବନେ୍ଦାବସ୍ତ କରାଯିବା ସହ ଆଗକୁ ନୂତନ ଅଙ୍ଗନବାଡି କେନ୍ଦ୍ରର ଏବଂ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବା ବେଳେ ପାନୀୟ ଜଳ ପାଇଁ ଆଉ ଏକ ଗଭୀର ବୋରୱଲେ ଖୋଳାଯିବ । ଏଥିସହିତ ଗମାଗମନ ପାଇଁ ରାସ୍ତା ନିର୍ମାଣ ପ୍ରତ୍ୟକ ପରିବାରକୁ ଗ୍ରାମ ଗୃହ ନିର୍ମାଣ ଯୋଜନାରେ ଗୃହ ନିର୍ମାଣ କରାଯିବ । ବୁରୁସାହିର ପିଲା ଶିକ୍ଷା କ୍ଷେତ୍ରରେ ବହୁ ପଛରେ ପଡିରହିଛନ୍ତି । ସେମାନଙ୍କ ଶିକ୍ଷାର ବ୍ୟବସ୍ଥା କରିବା ପାଇଁ ଡିପିସି ସର୍ବଶିକ୍ଷାଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଆସନ୍ତା ୧୭ ତାରିଖରେ ଜିଲା ରେଡକ୍ରସ ଶାଖା ପକ୍ଷରୁ ବୁରୁସାହିରେ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇ ବିନା ମୁଲ୍ୟରେ ଔଷଧ ଯୋଗଇ ଦେବା ସହିତ ସ୍ୱାସ୍ଥ୍ୟ ପରିକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଥିବା ଜିଲାପାଳ କହିଥିଲେ । ବୈଠକରେ ଜିଲା ପ୍ରକଳ୍ପ ନିଦେ୍ର୍ଦଶକ ମନୋଜ କୁମାର ବେହେରା,ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମାହାନ୍ତି, ସି ଡିଏମଓ ରଶ୍ମିପ୍ରକାଶ ଶତପଥି,ଏଡିଏମଓ କାହ୍ନୁଚରଣ ନାୟକ,ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ହେମନ୍ତ କୁମାର ସ୍ୱାଇଁ, ଡିପିସି ବିଷ୍ଣୁଚରଣ ସୁତାର,ଡିଏସଡ୍ୱ୍ୁଓ ମଞ୍ଜୁଳା ରଥ, ସହକାରୀ ଜିଲାପାଳ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ପ୍ରରମ୍ଭିକ ସୁଚନା ପ୍ରଦାନ କରି ଶିଶୁ ସୁରକ୍ଷା ଅଧିକାରି ନିରଞ୍ଜନ କର ବୁରୁସାହିର ଉନ୍ନତି ପାଇଁ ସମସ୍ଥଙ୍କର ସହଯୋଗ କାମନା କରିଥିଲେ । ଏ ସମସ୍ତ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କାରିବାକୁ ଜିଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ତେବେ ଯଦି ପ୍ରଶାସନର ଏଭଳି ନିଷ୍ପତ୍ତି ସଠିକ ଭାବରେ କାର୍ଯ୍ୟ କରିବ ତେବେ ସେମାନେ ବିକାଶ ଦେଖିପାରିବେ ବୋଲି ସାଧରଣରେ ମତପ୍ରକାଶ ପାଇଛି ।
ବିକାଶ ଦେଖିବ ବୁରୁସାହି, ଚୁଡାନ୍ତ ହେଲା ପ୍ରଶାସନିକ କାର୍ଯ୍ୟ
|
July 3, 2019 |