ସୁନ୍ଦରଗଡ ତା୨୦/୯/୨୦୨୬(ସନ୍ଧାନ ନ୍ୟୁଜ) ପଞ୍ଚାୟତରେ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତୀ । ଗାଡୁଆଲ ସହିତ ସିଡି ତିଆରି କାର୍ଯ୍ୟରେ ନିମ୍ନ ମାନର ଉପାଦାନ ଦେଇ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି । ତା ସହିତ ବିକଶିତ ଗାଁ ବିକଶିତ ଓଡ଼ିଶା ନାଁ ରେ ସ୍ୱାର୍ଥ ନିହିତ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି । ବିକାଶ କୁ କେନ୍ଦ୍ରକରି ପ୍ରତ୍ୟେକ ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ବରାତ୍ କରାଯାଉଥିବା ବେଳେ ଲୋକଙ୍କ ହିତଙ୍କୁ ଧ୍ୟାନ ନ ଦେଇ ବିଭାଗୀୟ ଅଧିକାରୀ ସହିତ ଠିକାଦାରଙ୍କ ମଧୁଚନ୍ଦ୍ରିକା ରହିଥିବା ଅଞ୍ଚଳରେ ସୂତ୍ରରୁ ପ୍ରକାଶ । ଏପରି ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକର ବନ୍ଧବାହାଲ ପଞ୍ଚାୟତର ମଝାପଡା ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ । ଠିକାଦାର ଙ୍କ ମନମୁଖୀ କାର୍ଯ୍ୟକୁ ଅଞ୍ଚଳରେ ଘୋର ବିରୋଧ ହେଉଥିବା ସହିତ ବ୍ଲକ ସମ୍ପୃକ୍ତ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପ୍ରତି ସ୍ଥାନିୟ ବିଧାୟକ ତଥା ବ୍ଲକ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।
“ବିକଶିତ ଗାଁ ବିକଶିତ ଓଡ଼ିଶା” ନାଁ ରେ ଜନପ୍ରତିନିଧି ସହିତ ବିଭାଗୀୟ ଅଧିକାରୀଙ୍କ ଚାଲିଛି ବ୍ୟାପକ ହରିଦ୍ରାଲେପନ, ଲୋକଙ୍କ ହିତ ପଡୁଛି ବଳି
|
September 20, 2026 |



