ବାହା ନହୋଇ ପ୍ରେମିକାକୁ ବନାଇଲେ ପିତା, ସ୍ୱୀମୀର ପାଦ ତଳୁ ଖସିଗଲା ମାଟି
ବାହା ନହୋଇ ପ୍ରେମିକାକୁ ବନାଇଲେ ପିତା, ସ୍ୱୀମୀର ପାଦ ତଳୁ ଖସିଗଲା ମାଟି
Manas Kumar Rout |
September 4, 2018 |
ନୂଆଦିଲ୍ଲୀ,୪/୯ (ସନ୍ଧାନ ନିୟୁଜ): ରୁଷର ମସ୍କୋରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସ୍ୱାମୀଙ୍କ ସ୍ପର୍ମ ସ୍ଥାନରେ ପ୍ରେମିକର ସ୍ପର୍ମ ବ୍ୟବହାର କରି ଅନ୍ତସତ୍ତ୍ୱା ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣା ସେତେବେଳେ ଜଣା ପଡ଼ିଲା ଯେତେବେଳେ ପିଲାକୁ ବର୍ଷେ ପୂରିଥିଲା। ମହିଳା ମଧ୍ୟ ନିଜେ ଏହି କଥାକୁ ସ୍ୱୀକାର କହିଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ୩୮ବର୍ଷର ମହିଳା ୟନା ଅନୋଖିନା ଅନ୍ତସତ୍ତ୍ୱା ହେବା ପାଇଁ ଆଇଭିଏଫ୍ ଉପାୟ ଆପଣାଇ ଏକ କ୍ଲିନିକ୍ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ୟନା ଡାକ୍ତରଙ୍କୁ କହିଥିଲେ ସେ ଶିଶୁର ପିତା ଭାବେ ସେହି ବ୍ୟକ୍ତିଙ୍କୁ ଚାହାନ୍ତି ଯାହାକୁ ସେ ଭଲ ପାଉଥିଲେ। ଏହାପରେ ଡାକ୍ତର ସ୍ୱାମୀର ସ୍ପର୍ମ ବଦଳରେ ପ୍ରେମିକ ସ୍ପର୍ମକୁ ବ୍ୟବହାର କରି ମହିଳାଙ୍କୁ ଅନ୍ତସତ୍ତ୍ୱା କରାଇଥିଲେ। ଏହି ପ୍ରକ୍ରିୟା ସମୟରେ ୟନାଙ୍କ ସ୍ୱାମୀ ବି ତାଙ୍କ ସହିତ ଥିଲେ କିନ୍ତୁ ଏହି ଘଟଣା ବିଷୟରେ ସେ କିଛି ବି ଜାଣି ନଥିଲେ। ପତ୍ନୀର ଏହି କାଣ୍ଡ ବିଷୟରେ ସ୍ୱାମୀ ସେତେବେଳେ ଯାଇ ଜାଣିଲେ ଯେତେବେଳେ ଶିଶୁ ଏକ ବର୍ଷର ହୋଇଥିଲା। ଏହାପରେ ଶିଶୁର ଡିଏନ୍ଏ ପରୀକ୍ଷା କରିବା ପରେ ଘଟଣାର ସତ୍ୟ ସାମ୍ନାକୁ ଆସିଥିଲା।
ଉକ୍ତ ମହିଳାଙ୍କ ସ୍ୱାମୀ ଉକ୍ତ କ୍ଲିନ୍କ୍ ବିରୋଧରେ ମାମଲା ରୁଜୁ କରିଥିଲେ। କ୍ଲିନ୍କୁ ୪.୨ଲକ୍ଷ ଟଙ୍କା ଜୋରିମାନା ଆଧାରରେ ଦେବାକୁ ପଡ଼ିଥିଲା। ଏହି ଘଟଣା ପରେ ସ୍ୱାମୀ-ସ୍ତ୍ରୀ ଭିନ୍ନ ହୋଇଯାଇଥିଲେ ।
Related Posts
About The Author