ବାହାର ରାଜ୍ୟରେ ଫଶି ରହିଥିବା ବଡଚଣା ଅଂଚଳ ଶ୍ରମିକମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ କଲେ ଜନ୍ମେଜୟ ଲେଙ୍କା

Spread the love

ଚଣ୍ଡିଖୋଲ, ୧୩/୦୪(ଆ.ପ୍ର.)-ସମଗ୍ର ବିଶ୍ୱରେ ହାହାକାର ମଚାଇଛି କରୋନା ମହାମାରୀ । ଭାରତରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଯାହାକୁ ରୋକିବା ଲାଗି ପ୍ରଶାସନ ଦିନ ରାତି ଏକ କରି ଲୋକମାନଙ୍କୁ ସଚେତନ କରାଉଛନ୍ତି । ଅନ୍ୟ ପକ୍ଷେ ରାଜ୍ୟ ତମାମ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ପରିସ୍ଥିତିରେ ବାହାର ରାଜ୍ୟକୁ ଦଦାନ ଖଟିବାକୁ ଯାଇଥିବା ଶ୍ରମିକମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ସେଠାରେ ସେମାନେ ଯେତେ କାକୁତି ମିନତି କଲେ ମଧ୍ୟ ଅନେକ ସମୟରେ ଭୋକ ଉପବାସ ପଡି ରହିଛନ୍ତି । ଏହି ଅବସରରେ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରୁ ବହୁ କୁଶଳି ଓ ଅଣକୁଶଳୀ ଶିଳ୍ପ ଶ୍ରମିକମାନେ ବିଭିନ୍ନ ରାଜ୍ୟ ବାହାରେ କାମ କରିବାକୁ ଯାଇ ଆଉ ଘରକୁ ଫେରିପାରୁ ନାହାନ୍ତି । ଲକ୍ ଡାଉନ ଫଳରେ ସେମାନଙ୍କ କାମ ଧନ୍ଦା ବନ୍ଦ ହୋଇଯାଇଛି । ପାଖରେ ଗଚ୍ଛିତ ଥବବା ଅର୍ଥ ସବୁ ଖର୍ଚ୍ଚ ହୋଇଗଲାଣି । ଖାଇବାକୁ ସେମାନଙ୍କ ପକ୍ଷେ ଅର୍ଥର ଆବଶ୍ୟକତା ରହିଛି । ଫଳରେ ସେମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସମସ୍ତ ଶ୍ରମିକ ସୋସିଆଲ ମିଡିଆରେ ଖବର ପ୍ରଚାରି କରିବା ସହିତ ସେମାନଙ୍କ ପରିବାର ଲୋକେ ବଡଚଣା ବିଜୁ ଜନତା ଦଳର ଯୁବ ନେତା ତଥା ଓଡିଶା ରାଜ୍ୟ ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା ସହ ଯୋଗ ଯୋଗ କରିବା ସହିତ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରିଥିଲେ । ସବୁ ଅଭିଯୋଗ ପାଇ ଶ୍ରୀ ଲେଙ୍କା ତୁରନ୍ତ ସେମାନଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତତ୍କ୍ଷଣାତ ବିଭିନ୍ନ ରାଜ୍ୟରେ ଅନାହାରରେ ଫସି ରହିଥିବା ଶ୍ରମିକମାନଙ୍କୁ ତାଙ୍କ ନିଜସ୍ୱ ପାଣ୍ଠିରୁ ଆର୍ଥୀକ ସହାୟତା ଯୋଗାଇ ଦେଇ ଶ୍ରମିକମାନଙ୍କ ପାଇଁ ସଙ୍କଟମୋଚନ ଭାବେ ଠିଆ ହୋଇଛନ୍ତି । ଏତଦ ବ୍ୟତୀତ ରାଜ୍ୟରେ ବିଭିନ୍ନ ଜିଲାରେ ଅଟକିଥିବା ଶ୍ରମିକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ସୁରକ୍ଷା ଯୋଗାଇ ଦେଇଛନ୍ତି । ଶ୍ରମିକମାନେ ଆର୍ଥୀକ ସହାୟତା ପାଇବା ପରେ ସୋସିଆଲ ମିଡିଆରେ ଓ ପରିବାରଙ୍କ ପକ୍ଷରୁ ଶ୍ରୀ ଲେଙ୍କାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment