ବାଲେଶ୍ଵର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର

Spread the love

ଭୁବନେଶ୍ୱର, ୨୨/୧୦/୨୦୨୦ (ସନ୍ଧାନ ନିଉଜ): ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନର ଅନ୍ୟତମ ଷ୍ଟାର୍ ପ୍ରଚାରକ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ବାଲେଶ୍ଵର ଗସ୍ତ କରି ବିଜେପି ପାର୍ଥି ମାନସ କୁମାର ଦତ୍ତଙ୍କ ପାଇଁ ମାରାଥନ୍ ପ୍ରଚାର କରିଛନ୍ତି। ରୋଡ଼- ସୋ ଏବଂ ଘର ଘର ବୁଲି ପ୍ରଚାର କରିବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କର ମନୋବଳ ବଢ଼ାଇଛନ୍ତି। ଏହି ଅବସରରେ ଆୟୋଜିତ ଜନସଭାରେ ଉଦ୍ବୋଧନ ଦେଇ ଅପରାଜିତା କହିଥିଲେ ବିକାଶର କୌଣସି ଦଳ ନାହିଁ। ଦଳମତ ନିର୍ବିଶେଷରେ ବିକାଶର କାର୍ଯ୍ୟ ହେବା କଥା। ଆମେ ସବୁଦିନ କାମ କରିବା ଲୋକ। ଭାରତୀୟ ଜନତା ପାର୍ଟି ପ୍ରତିଦିନ କାମ କରେ। ଲୋକମାନଙ୍କ ସାଙ୍ଗରେ ସବୁ ଦିନ ରୁହେ। ବିଜେଡିର ୫୦ ଜଣ ମନ୍ତ୍ରୀ ଏବଂ ଏମଏଲଏ ଏଠି ଆସି ଡେରା ପକାଇ ବସିଲେ ମଧ୍ୟ କୌଣସି ମୂଲ୍ୟ ନାହିଁ। କୋକେ ମନ ସ୍ଥିର କରି ସାରିଛନ୍ତି। ବିକାଶର ଅଗ୍ରଗତି ପାଇଁ ଯେପରି ମଦନ ମୋହନ ଦତ୍ତଙ୍କୁ ଜିତାଇଥିଲେ ସେହିପରି ଏବେ ତାଙ୍କ ପୁଅ ମାନସ ଦତ୍ତଙ୍କୁ ମଧ୍ୟ ଆଶୀର୍ବାଦ ଦେଇ ଜିତାଇବେ।

ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ବାଚନୀ ସଭା କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ବରିଷ୍ଠ ନେତ୍ରୀ ଶୋଭନା ମହାନ୍ତି ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ବାଲେଶ୍ଵର ସଦର ନିର୍ବାଚନ ପାଇଁ ବିଜେପି ମଙ୍ଗ ଧରିଥିବା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ବାଲେଶ୍ଵର ଗସ୍ତ ଅବସରରେ ଅପରାଜିତା ଷଡ଼ଙ୍ଗୀଙ୍କୁ କଟକ, ଚଣ୍ଡିଖୋଲ, ଧର୍ମଶାଳା, ଯାଜପୁର, ପାଣିକୋଇଲି, ଭଦ୍ରକ, ସୋର, ବହାନଗା, ଶେରଗଡ଼ ଆଦି ସମେତ ଶେଷରେ ବାଲେଶ୍ଵର ମାଟିରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।

Related Posts

About The Author

Add Comment