ବାରିପଦା ୨୩/୦୭ (ସନ୍ଧାନ ନ୍ୟୁଜ୍)-: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ହେଲା ଆକାଶ ମିସାଇଲର ନ୍ୟୁ ଜେନେରେସନ୍ ଭର୍ସନ୍ (ଆକାଶ ଏନ୍ଜି) । ମଧ୍ୟାହ୍ନ ୧୨ଟା ୪୪ ମିନିଟ୍ରେ ଏହି ମିସାଇଲ ଉତ୍କ୍ଷେପଣ କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନ୍ଜିର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦ କିଲୋମିଟର ।
ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ । ଆଜି ତୃତୀୟ ଥର ପାଇଁ ପରୀକ୍ଷା କରାଯାଇଛି । ପ୍ରତ୍ୟେକ ପରୀକ୍ଷାରେ ଟାର୍ଗେଟ୍ ଭାବେ ଇଲେକ୍ଟ୍ରୋନିକ୍ ଟାର୍ଗେଟ୍କୁ ବ୍ୟବହାର କରାଯାଇଛି । ବିଶେଷକରି ଶତୃ ପକ୍ଷ୍ୟର କ୍ଷେପଣାସ୍ତ୍ରକୁ ଏହା ଚିହ୍ନଟକରି ତୁରନ୍ତ ଧ୍ବଂସ କରିବାର କ୍ଷ୍ୟମତା ରହିଛି । ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଥିଲା ।